ଶ୍ରୀ ଲିଙ୍ଗରାଜ ମନ୍ଦିରରେ ବୈଦ୍ୟୁତିକ ଡ଼ିସ୍ପ୍ଲେ ବୋର୍ଡ଼ ପାଇଁ ଦାବୀ

ଏକାମ୍ରକ୍ଷେତ୍ରର ଅଧିଷ୍ଠାତା ମହାଦେବ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ ପାଇଁ ରାଜ୍ୟ
ତଥା ରାଜ୍ୟ ବାହାରୁ ପ୍ରତ୍ୟେହ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ ସମବେତ ହୋଇଥାନ୍ତି । କିନ୍ତୁ ମନ୍ଦିର ବାହାରେ
କୌଣସି ସୂଚନା ଉପଲବ୍ଧ ହେଉନଥିବାରୁ ଦେବାଧିଦେବଙ୍କ ମନ୍ଦିର ଭିତରେ ହେଉଥିବା ନୀତିକାନ୍ତି ଭକ୍ତ
ଜାଣି ।ରନ୍ତି ନାହିଁ । ଅନେକ ସମୟରେ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରି
ରହିଥିବା ଦୃଷ୍ଟିଗୋଚର ହୋଇଥାଏ । ପ୍ରତ୍ୟେହ ଠାକୁରଙ୍କ ନୀତିକାନ୍ତି କେତେବେଳେ ଆରମ୍ଭ ହୁଏ ଓ କେତେ
ସମୟ ଯାଏ •ଲେ ଓ କେଉଁ ସମୟରେ ପହଡ଼ ଭକ୍ତ ଓ ଶ୍ରଦ୍ଧାଳୁମାନେ ଜାଣି ।ରି ନଥାନ୍ତି ।
ମହାପ୍ରଭୁଙ୍କ ନୀତିକାନ୍ତି ଆଧାରରେ ସ୍ୱଳ୍ପ ବ୍ୟବଧାନରେ ଡିସ୍ପ୍ଲେ ବୋର୍ଡ଼ ଜରିଆରେ ସୂଚନା ପ୍ରଦାନ
କରାଯାଇପାରିଲେ ଆଉ ଭକ୍ତଙ୍କୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡ଼ନ୍ତା ନାହିଁ ବୋଲି କୁହାଯାଉଛି ।
କେହିବି ଭକ୍ତ ଠାକୁରଙ୍କ ବିନା ଦର୍ଶନରେ ଫେରିବାକୁ ପଡନ୍ତା ନାହିଁ । ଗାଁଗହଳିରୁ ମହାପ୍ରସାଦ ନେବାପାଇଁ
ଆସୁଥିବା ଶ୍ରଦ୍ଧାଳୁମାନେ ମହାପ୍ରସାଦ ପାଇବାର ସୂଚନା ଡିସ୍ପ୍ଲେ ବୋର୍ଡ଼ରୁ ପାଇପାରରେନ୍ତ ବୋଲି ସାମାଜିକ
କର୍ମୀ ସୁଶାନ୍ତ ସାହୁ ମନ୍ଦିର ପ୍ରଶାସନର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ସାହୁଙ୍କୁ ପତ୍ର ମାଧ୍ୟମରେ ଦୃଷ୍ଟି
ଆକର୍ଷଣ କରିଛନ୍ତି । ମନ୍ଦିର ନିକଟରେ ବୈଦ୍ୟୁତିକ ସୂଚନା ଫଳକ ଜରିଆରେ ମହାପ୍ରଭୁଙ୍କ ନୀତିକାନ୍ତି
ବାବଦୀୟ ସୂଚନା ଭକ୍ତ, ଶ୍ରଦ୍ଧାଳୁ ଓ ପର୍ଯ୍ୟଟକମାନଙ୍କ ପାଇଁ ଲାଭପ୍ରଦ ହେବ ବୋଲି ଶ୍ରୀ ସାହୁ ଦାବୀକୁ
ଦୋହରାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ