ଶ୍ରୀ ଲିଙ୍ଗରାଜ ମନ୍ଦିରରେ ଶ୍ରମଦାନ ଶିବିର

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ମହାଶିବରାତ୍ରି ପରେ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ପୀଠ ପରିସରରେ ଏକ ସ୍ୱେଚ୍ଛାକୃତ ଶ୍ରମଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଶ୍ରଦ୍ଧାଳୁ ଓ ଭକ୍ତମାନେ ଛାଡ଼ି ଯାଇଥିବା ଦୀପ, ବେଲପତ୍ର, ଫୁଲ, କୁଡୁଆ, ପଲିଥିନ୍ ଆଦିକୁ ସ୍ୱେଚ୍ଛାସେବୀମାନେ ସଫାସୁତୁରା କରି ବାହାରେ ପକାଇଥିଲେ । ସୂଚନାଯୋଗ୍ୟ ୨୦୦୩-୨୦୨୩ ମସିହା ଦୀର୍ଘ ୨୧ବର୍ଷ ଧରି ନିରବଚ୍ଛିନ୍ନ, ନିରନ୍ତର ଏହି ଶ୍ରମଦାନ କାର୍ଯ୍ୟକ୍ରମ ଚାଲୁ ରହିଛି । ପରିବେଶ, ପରିମଳ, ଜାତୀୟ ଐତିହ୍ୟ ଓ କୀର୍ତ୍ତିରାଜିର ସୁରକ୍ଷା ସହ ଆଧ୍ୟାତ୍ମିକ ଚିନ୍ତାଧାରାରେ ସମସ୍ତଙ୍କୁ ସାମିଲ କରିବା ଉଦ୍ଦେଶ୍ୟରେ ସାମାଜିକକର୍ମୀ ସୁଶାନ୍ତ ସାହୁ ୨୦୦୩ ମସିହାରେ ଉକ୍ତ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ୨୧ବର୍ଷରେ ଏହି ଶ୍ରମଦାନ ଶିବିରରେ ବିଭିନ୍ନ ସାମାଜିକ ସଂଗଠନର କର୍ମକର୍ତ୍ତା ଯୋଡ଼ି ହୋଇଯାଇଛନ୍ତି । ଚଳିତବର୍ଷ ମିସିଂ ଫାଉଣ୍ଡେସନ, ଚିନ୍ମୟୀ ଫାଉଣ୍ଡେସନ ଟ୍ରଷ୍ଟ, ସୁରେନ୍ଦ୍ର ନାଥ ଜେନା ଟ୍ରଷ୍ଟ, ଧଉଳି ଚାରୁ ଓ କାରୁକଳା ମହାବିଦ୍ୟାଳୟର ଏନ୍‌.ଏସ୍‌.ଏସ୍ ଛାତ୍ରଛାତ୍ରୀ, ମାଇଣ୍ଡ ଏମ୍‌ପାୱାରମେଣ୍ଟ ଫାଉଣ୍ଡେସନ ପ୍ରମୁଖ ସାମିଲ ହୋଇଥିଲେ । ସ୍ୱେଚ୍ଛାସେବୀମାନଙ୍କର ଏତାଦୃଶ କାର୍ଯ୍ୟ ଓ ନିଃସ୍ୱାର୍ଥପର ସେବାକୁ ଜନସାଧାରଣ ବେଶ୍ ପ୍ରଶଂସା କରିଥିଲେ । ଶିବିରକୁ ପ୍ରିୟବ୍ରତ ପଣ୍ଡା, ରଞ୍ଜନ ଦାଶ, ଶୁଭ୍ରାଂଶୁ ମହାନ୍ତି, ସନ୍ତୋଷୀ ଜୈନ, ପ୍ରତାପ ଚନ୍ଦ୍ର ପ୍ରଧାନ, ଶ୍ରୀପତି ଆଚାର୍ଯ୍ୟ, ତ୍ରିଲୋଚନ ବେଉରା, ମନୋଜ ପ୍ରଧାନ, ଲକ୍ଷ୍ମୀଧର ସ୍ୱାଇଁ, ବିଶ୍ୱଜିତ୍ ବେହେରା, ବିଚିତ୍ର କାଣ୍ଡି, ସୁସ୍ମିତାରାଣୀ ରାଉତ, ଗୋପୀମୋହନ ପଟ୍ଟନାୟକ, କୁଳମଣୀ ମଲ୍ଲିକ, ବାପିନା ନାୟକ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ