ଶ୍ରୀ ଶ୍ରୀ ବଳଦେବଜୀଉ ବେଦ କର୍ମକାଣ୍ଡ ବିଦ୍ୟାଳୟ ପାଇଁ ପ୍ରସ୍ତୁତି ବୈଠକ
କେନ୍ଦ୍ରାପଡ଼ା,(ଚିତ୍ତରଂଜନ ଦାସ): କେନ୍ଦ୍ରାପଡାରେ ଏକ ବେଦ କର୍ମକାଣ୍ଡ ବିଦ୍ୟାଳୟ ଖୋଲାଯିବା ପାଇଁ ଇଛାପୁରସ୍ଥିତ ଦୋଳମଣ୍ଡପ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଅନନ୍ତ ଚରଣ ମିଶ୍ରଙ୍କ ପୈାରହିତ୍ୟରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଆବାହକ ଜ୍ଞାନରଞ୍ଜନ ଦାଶ କେନ୍ଦ୍ରାପଡାରେ ବେଦ କର୍ମକାଣ୍ଡ ସମ୍ପର୍କରେ ଶିକ୍ଷାଦାନ ନିମନ୍ତେ ଏକ ବିଦ୍ୟାଳୟ ଖୋଲାଯିବା ଓ ସେହି ବିଦ୍ୟାଳୟର ନାମ ଶ୍ରୀ ଶ୍ରୀ ବଳଦେବଜୀଉ ବେଦ କର୍ମକାଣ୍ଡ ବିଦ୍ୟାଳୟ ରଖାଯିବାକୁ ପ୍ରସ୍ତାବ ଦେଇଥିଲେ । ବୈଠକରେ ଏସମ୍ପର୍କରେ ସବିଶେଷ ଆଲୋଚନା କରାଯିବା ପରେ ଏହି ବିଦ୍ୟାଳୟ ଖୋଳାଯିବାକୁ ସର୍ବସମ୍ମତି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ବୈଠକରେ ମନ୍ମଥ କୁମାର ପତ୍ରୀ, ଅମରବର ବିଶ୍ୱାଳ, ରଞ୍ଜନ କୁମାର ସାହୁ, ନିରଞ୍ଜନ ପଣ୍ଡା, ରାଜକିଶୋର ପତ୍ରୀ, ନିରଞ୍ଜନ ଦାଶ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ପରବର୍ତ୍ତୀ ବୈଠକ ଆସନ୍ତା ୧୨ତାରିଖରେ ଅନୁଷ୍ଠିତ ହେବାକୁ ସ୍ଥିର କରାଯାଇଥିଲା । ଶେଷରେ ରଣଜିତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।


