ଶ୍ରୀ ଶ୍ରୀ ବୀର ହନୁମାନଙ୍କପାଷାଣ ବିଗ୍ରହ ପ୍ରତିଷ୍ଠା ଉତ୍ସବ
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଛତ୍ରପୁର ପୌର ପରିଷଦ ଅନ୍ତର୍ଗତ ୧୨ ନଂ ୱାର୍ଡ ରିକାପଲ୍ଲୀ (ଭଣ୍ଡାରୀ ସାହି ଓ ରେଡ୍ଡୀ ସାହି ) ଠାରେ ଶ୍ରୀ ଶ୍ରୀ ବୀର ହନୁମାନଙ୍କ ପାଷାଣ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ନାମ ଯଜ୍ଞ, ଅନ୍ନ ଯଜ୍ଞ ଓ ଘୃତ ଯଜ୍ଞ ଆଦି ଅନୁଷ୍ଠିତ ହୋଇଯାଇଛି l ଏହା ସହ ୧୦୮ ହନୁମାନ ଚାଳିଶା ମଧ୍ୟ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଓ ଛତ୍ରପୁର ପୌରପରିଷଦ ଉପାଧ୍ୟାକ୍ଷ ଜି. ପାପା ରାଓ ଙ୍କ ସମେତ ବହୁ ଜନ ପ୍ରତିନିଧି ମାନେ ଯୋଗ ଦେଇ ପୂଜାଅର୍ଚନା କରିବା ଭକ୍ତମାନଙ୍କୁ ଉତ୍ସାହିତ କରିଥିଲେ l ଏହି ଅବସର ରେ ଅଂଚଳରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି l ହରେ କୃଷ୍ଣ ହରେ ରାମ ମନ୍ତ୍ରରେ ସାରା ଅଞ୍ଚଳ ପ୍ରକମ୍ପିତ ହୋଇ ଉଠିଛି l ସନ୍ଧ୍ୟା ୪ ଟା ସମୟରେ ସମୟରେ ଦେବତା ସ୍ନାନ, ୫ ଟା ୩୦ରେ ଦେବତା ଭ୍ରମଣ ଓ ୭ ଘଣ୍ଟା ସମୟରେ ସନ୍ଧ୍ୟା ଆଳତି ଅନୁଷ୍ଠିତ ହୋଇଯାଇଛି l


