ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉ ଗୋରକ୍ଷଣୀରେ ଗୋଷ୍ଟାଷ୍ଟମି ପାଳିତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ଜିଲ୍ଲାର ଏକମାତ୍ର ଗୋରକ୍ଷଣୀ ନିଳିକଣାସ୍ଥିତ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉ ଗୋରକ୍ଷଣୀରେ ଗୋଷ୍ଟାଷ୍ଟମୀ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରଭାତରୁ ଗୋଶାଳାରେ ନାମ ସଙ୍କିର୍ତ୍ତନ ଓ ଗୋ ମାହାତ୍ମ୍ୟ ପାଠ କରାଯାଇଥିଲା । ଗୋଶାଳାର ୩୦ରୁ ଉର୍ଦ୍ଧ୍ୱ ଗାଈ ଓ ବାଛୁରୀଙ୍କ ମୁଣ୍ଡରେ ତେଲ,ହଳଦି ଓ ସିନ୍ଦୁର ଲଗାଯାଇ ବେକରେ ଫୁଲମାଳ ପକାଇ ସେମାନଙ୍କୁ ଭୋଜନ ପ୍ରଦାନ ପୂର୍ବକ ପୂଜାର୍ଚ୍ଚନା କରାଯାଇଥିଲା । ଗୋ ମାହାତ୍ମ୍ୟ, ଗୋମୁତ୍ର , ଗୋବର, କ୍ଷୀର, ଦହି, ଛେନାର ଉପକାର ସମ୍ପର୍କରେ ଆଲୋଚନା କରାଯାଇଥିଲା । ଜିଲ୍ଲାର ସ୍ୱର୍ଗତ ଭାଗବତ ପ୍ରସାଦ ମହାନ୍ତିଙ୍କର ମାନସପୁତ୍ର କେନ୍ଦ୍ରାପଡା ଅର୍ବାନ କୋପରେଟିଭ ବ୍ୟାଙ୍କ,ଆଇନ ମହାବିଦ୍ୟାଳୟ,ବିଇଡି କଲେଜ,ଏକମାତ୍ର +୨ସରକାରୀ ବିଜ୍ଞାନ କଲେଜ ଭଳି ଏହି ଗୋରକ୍ଷଣୀ ଶ୍ରୀ ମହାନ୍ତିଙ୍କର ଅନ୍ୟତମ ମାନସପୁତ୍ର । ଏଠାରେ ପ୍ରତିବର୍ଷ କାର୍ତ୍ତିମାସ ଅଷ୍ଟମୀ ତିଥିରେ ଗୋଷ୍ଟାଷ୍ଟମୀ ପାଳନ କରାଯାଇଥାଏ । ଏହି ପବିତ୍ର ଗୋଷ୍ଟାଷ୍ଟମୀରେ ଗୋ ପୁଜନ କଲେ ପିତୃପୁରୁଷ ମୋକ୍ଷ ଲାଭ କରିଥାନ୍ତି ବୋଲି ଗୋ ମାହାତ୍ମ୍ୟରେ ବର୍ଣ୍ଣିତ ଅଛି ବୋଲି ଆଲୋଚକମାନେ ମତବ୍ୟକ୍ତ କରିଥିଲେ । ଫକିର ଚରଣ ଖଟୁଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ଗୋ ମାହାତ୍ମ୍ୟ ଆଲୋଚନା ପୂର୍ବରୁ ସ୍ୱର୍ଗତ ମହାନ୍ତି ଏବଂ ଗୋଶାଳାର ପ୍ରତିଷ୍ଠାତା ସ୍ୱର୍ଗତ ବଟକୃଷ୍ଣ ପ୍ରଧାନଙ୍କ ସ୍ମୃତିରେ ୨ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ବଟବାବୁଙ୍କ ପୁତ୍ର ରବୀନ୍ଦ୍ର ପ୍ରଧାନ, ଭାଇ ରାମନାରାୟଣ ପ୍ରଧାନ, ହରିଶଙ୍କର ପ୍ରଧାନ, ଶରତ କୁମାର ବେହେରା, ମହେନ୍ଦ୍ର କୁମାର ପରିଡା, କ୍ଷୀରୋଦ ଚନ୍ଦ୍ର ଦାସ, ଧ୍ରୁବ ଚରଣ ରାଉତ, ସୁଶାନ୍ତ କୁମାର ରାଉତ, ଶରତ କୁମାର ବାରିକ, କଣ୍ଡୁରୀ ଚରଣ ପାତ୍ର, ମୁକ୍ତାର ଖାଁ, ପରୀକ୍ଷିତ ପାତ୍ର, ଅଜୟ ବଲ୍ଲଭ ଦାସ, ବିଧୁଭୂଷଣ ମହାପାତ୍ର, ବିମ୍ବାଧର ମୁଦୁଲି, ପ୍ରଦୀପ ରଞ୍ଜନ ମିଶ୍ର, ଭକ୍ତବନ୍ଧୁ ବେହେରା, ଦିବଙ୍କର ପ୍ରଧାନ, ତ୍ରିଲୋଚନ ପ୍ରଧାନ, ଅଜୟ ପ୍ରଧାନ, ବାସୁଦେବ ଲେଙ୍କା, ଅମରେନ୍ଦ୍ର କୁମାର ପ୍ରଧାନ, ସୁଶୀଲ ପ୍ରଧାନ, ଧିରେନ କୁମାର ଜେନା ଓ ନିର୍ମଳ ଶର୍ମା ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ