ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଊଙ୍କ ପୀଠରେ ହବିଷ୍ୟ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମରେ ହବିଷ୍ୟାଳୀଙ୍କ ଉତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ଦିବ୍ୟ ସ୍ୱରୂପାନନ୍ଦ ସରସ୍ୱତୀଙ୍କ ପୈାରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳରୁ ତୁଳସୀକ୍ଷେତ୍ରରେ ହବିଷ୍ୟ କରିବା ପାଇଁ ଆସୁଥିବା ହବିଷ୍ୟାଳୀଙ୍କ ରହିବା, ଖାଇବା, ସ୍ୱାସ୍ଥ୍ୟ ପରୀକ୍ଷା, ସତସଙ୍ଗ, ରାଇଦାମୋଦର ବେଶ, ଅଁଳା ବେଢା ପରିକ୍ରମା, ମନ୍ଦିର ପରିକ୍ରମା ପ୍ରଭୃତି କରାଯିବାକୁ ସ୍ଥିର କରାଯାଇଥିଲା । ସାଧୁସନ୍ଥମାନଙ୍କ ଗହଣରେ ସତସଙ୍ଗ ପ୍ରବଚନ କାର୍ଯ୍ୟକ୍ରମ କରାଯିବା ପାଇଁ ସ୍ଥିର କରାଯାଇଥିଲା । ଏତଦବ୍ୟତିତ ଜାନୁଆରୀ ପହିଲାରେ ବିଶ୍ୱ ପ୍ରାର୍ଥନା ଦିବସ ଭାବେ ପାଳନ କରାଯିବା ନିମନ୍ତେ ସରକାରୀ ସ୍ୱୀକୃତି ପାଇଁ ନିବେଦନ କରାଯିବାକୁ ସ୍ଥିର କରାଯାଇଥିଲା । ଶ୍ରୀଜୀଉଙ୍କ ପୀଠରେ ସରକାରଙ୍କ ସହଯୋଗରେ ହବିଷ୍ୟାଳୀ ଉତ୍ସବ କିପରି ପ୍ରତିବର୍ଷ ପାଳିତ ହୋଇପାରିବ ସେଥି ନିମନ୍ତେ ସମସ୍ତେ ଯତ୍ନବାନ ହେବାକୁ ଶ୍ରୀମା ପରାମର୍ଶ ଦେଇଥିଲେ । ଏହି ବୈଠକରେ କପାଳେଶ୍ୱର ସରପଞ୍ଚ କଳ୍ପନା ମହାନ୍ତି, ଗୁଲନଗର ସରପଞ୍ଚ ସନ୍ଧ୍ୟାରାଣୀ ସାହୁ, ବଳଦେବ ସେନାର ମୁଖ୍ୟ ପପୁନ ସ୍ୱାଇଁ, ରୀତାରାଣୀ ନାଥ, ମନୋଜ କୁମାର ମହାରଣା, ଦେବେନ୍ଦ୍ର ସାମନ୍ତ, ଧିରେନ୍ଦ୍ର କୁମାର ନାୟକ, ଭାଗୀରଥି ଜେନା, ଅଭିମନ୍ୟୁ ଗୋଛାୟତ, ଦିଲ୍ଲିପ ସାହୁ, ଶ୍ରୀଧର ଦାସ, ନିରଞ୍ଜନ ମେକାପ, ପ୍ରଦୀପ କୁମାର ମହାନ୍ତି, ଅମର କୁମାର ବାରିକ, ମନୋରଞ୍ଜନ ତ୍ରିପାଠୀ, ଶ୍ରୀଧର ମହାନ୍ତି, ମୃତ୍ୟୁଞ୍ଜୟ ମହାନ୍ତି, ବ୍ରହ୍ମଚାରୀ ନୃସିଂହ ଦାସ ପ୍ରମୁଖ ଜିଲ୍ଲାର ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ