ଶ୍ରୀ ସତ୍ୟସାଇ ବାବାଙ୍କ ୯୫ତମ ଜନ୍ମଦିବସ ପାଳନ

ଛତ୍ରପୁର,(ଦେବଦତ୍ତ ମହାରଣା) :   ଶ୍ରୀ ସତ୍ୟସାଇ ବାବାଙ୍କ ୯୫ତମ ଜନ୍ମଦିବସ ଛତ୍ରପୁରସ୍ଥିତ ଶ୍ରୀ ସତ୍ୟସାଇ ସେବା ସମିତି ପରିସରରେ  ପାଳନ ହୋଇଯାଇଛି   । ପ୍ରାତଃ ସମୟରେ ଓଁକାର, ସୁପ୍ରଭାତମ୍ ପରେ ନୃସିଂହେଶ୍ୱର ପଟ୍ଟନାୟକଙ୍କ ଦ୍ୱାରା ପ୍ରଶାନ୍ତି ପତାକା ଉତୋଳନ କରାଯାଇଥିଲା । ତତପରେ ଦିନ  ୧୦ ଟାରେ ବାବାଙ୍କ ଷୋଡ଼ଶ ଉପଚାର ପୂଜା କରାଯାଇଥିଲା । ମଧ୍ୟାହ୍ନ ସମୟରେ ଦାମିୟନ ନଗରରେ ବାସ କରୁଥିବା ବାସିନ୍ଦାମାନଙ୍କୁ ୮୦ଟି କମ୍ବଳ ଓ ଖାଦ୍ୟ ପୁଡ଼ିଆ ବଂଟନ କରାଯାଇଥିଲା । ସନ୍ଧ୍ୟା ସମୟରେ ୯୫ଟି ଜ୍ୟୋତି ଆବାହନ କରାଯାଇଥିଲା । ଶେଷରେ ଭଗବାନ ବାବାଙ୍କୁ ଆଳତୀ ପ୍ରଦାନ କରାଯାଇଥିଲା । ସତ୍ୟସାଇ ସଙ୍ଗଠନର ଏହି କାର୍ଯ୍ୟକ୍ରମରେ ସରକାରଙ୍କ ସମସ୍ତ କୋଭିଡ-୧୯ ନିର୍ଦ୍ଦେଶାବଳି ପାଳନ କରାଯାଇଥିଲା । ଏଥିରେ ସମସ୍ତ ସାଇ ସେବକ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ