ଶ୍ରୀ ସିଦ୍ଧେଶ୍ୱର ବ୍ୟାଡ୍ ମିଣ୍ଟନ୍ ଆସୋସିଏସନ୍ ପକ୍ଷରୁ ବନ୍ଧୁତ୍ୱପୂର୍ଣ୍ଣ ବ୍ୟାଡ୍ ମିଣ୍ଟନ୍ ମ୍ୟାଚ୍

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ଶ୍ରୀ ସିଦ୍ଧେଶ୍ୱର ବ୍ୟାଡ୍ ମିଣ୍ଟନ୍ ଆସୋସିଏସନ୍ ର ସଦସ୍ୟମାନେ ଏକ ଭିନ୍ନ ଢ଼ଙ୍ଗରେ ପୁରୁଣା ବର୍ଷକୁ ବିଦାୟ ଦେବା ସହିତ ନୂତନ ବର୍ଷକୁ ସ୍ୱାଗତ କରିଛନ୍ତି I ଜିରୋ ନାଇଟ୍ ସେଲିବ୍ରେସନ୍ ଅବସରରେ ଗ୍ରାମାଞ୍ଚଳର ପ୍ରତିଭା ଅନ୍ୱେଷଣ ଏବଂ ଶାରୀରୀକ କ୍ଷେତ୍ରରେ ନିଜକୁ ଫିଟ୍ ରଖିବାର ଉଦ୍ଦେଶ୍ୟ ନେଇ ଆସୋସିଏସନ୍ ପକ୍ଷରୁ ଆୟୋଜିତ କରାଯାଇଥିଲା ବନ୍ଧୁତ୍ୱପୂର୍ଣ୍ଣ ବ୍ୟାଡ୍ ମିଣ୍ଟନ୍ ମ୍ୟାଚ୍ I ସ୍ଥାନୀୟ ଗାଙ୍ଗପୁର ବନପାଳ ଜୀବନାନନ୍ଦ ତ୍ରିପାଠି ଉଦ୍‌ଘାଟକ ରୂପେ ଯୋଗ ଦେଇ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିବାବେଳେ ମୁଖ୍ୟ ଅତିଥି ଭାବେ ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ମୁଖ୍ୟ ବକ୍ତା ଭାବେ ବେଲଗୁଣ୍ଠା ପ୍ରେସକ୍ଲବ ଉପଦେଷ୍ଟା ସନ୍ତୋଷ କୁମାର ବିଷୋୟୀ ଏବଂ ସମ୍ମାନୀତ ଅତିଥି ରୂପେ ଚିତ୍ତରଞ୍ଜନ ରାଓ ଓ ସୂର୍ଯ୍ୟନାରାୟଣ ପାତ୍ର ଯୋଗଦେଇ କ୍ରୀଡାବିତ୍ ମାନଙ୍କୁ ଉତ୍ସାହିତ କରିଥିଲେ I ଆଜି ତିନୋଟି ସେଟ୍ ରେ ବନ୍ଧୁତ୍ୱପୂର୍ଣ୍ଣ ବ୍ୟାଡ୍ ମିଣ୍ଟନ୍ ମ୍ୟାଚ୍ ଅନୁଷ୍ଠିତ ହୋଇଥିବା ବେଳେ ଉଦ୍ଘାଟନୀ ସେଟ୍ ଟି ପ୍ରେସକ୍ଲବ ଉପଦେଷ୍ଟା ସନ୍ତୋଷ କୁମାର ବିଷୋୟୀ,ବନପାଳ ଜୀବନାନନ୍ଦ ତ୍ରିପାଠିଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିଲା I ସେହିପରି ଦ୍ୱିତୀୟ ସେଟ୍ ଟି ଦୀନେଶ ସାହୁ ଓ ସୌରଭ ରାଓ ଏବଂ ତୃତୀୟ ସେଟ୍ ଟି କିସନ୍ ପୃଷ୍ଟି ଓ କପିଳା ଡାକୁଆଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିଲା I ଏହି ଅବସରରେ ଚଳିତ ଜାନୁୟାରୀ ମାସ ଶେଷ ସପ୍ତାହ ସୁଦ୍ଧା ଆସୋସିଏନ୍ ପକ୍ଷରୁ ଏକ ଅଞ୍ଚଳ ସ୍ତରୀୟ ବ୍ୟାଡ୍ ମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ୍ ଆୟୋଜନ କରାଯିବ ବୋଲି ଏସ୍ ଏସ୍ ଆସୋସିଏନ୍ ସଦସ୍ୟ ରାଜାରାମ ନାୟକ ସୂଚନା ଦେଇଛନ୍ତି I କାର୍ଯ୍ୟକ୍ରମରେ ଏସ୍ ଏସ୍ ଆସୋସିଏନ୍ ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ