ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ଆନନ୍ଦ ବଜାର ଉଦଘାଟିତ
କେନ୍ଦ୍ରାପଡା : କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ଇଛାପୁରସ୍ଥିତ ଶ୍ରୀ ବଳଦେବଜୀଉଙ୍କ ମନ୍ଦିର ପରିସରରେ ନବ ନିର୍ମିତ ଆନନ୍ଦ ବଜାର ଗୃହ ଗୁରୁବାର ଅପରାହ୍ନରେ ଉଦଘାଟିତ ହୋଇଯାଇଛି । ଓଡିଶାର କୃଷି,ମତ୍ସ୍ୟ ପଶୁସମ୍ପଦ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡଃ.ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ବଳଦେବଜୀଉଙ୍କ ଏହି ନବ ନିର୍ମିତ ଆନନ୍ଦ ବଜାର ଗୃହକୁ ଉଦଘାଟିତ କରିଥିଲେ । ଏହି ଉତ୍ସବରେ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା, ମନ୍ଦିର ଟ୍ରଷ୍ଟ ବୋର୍ଡର ସଭ୍ୟ ଧିରେନ କୁମାର ସାହୁ, ଯଯାତିକେଶରୀ ମହାନ୍ତି, ରଞ୍ଜନ କୁମାର ପୃଷ୍ଟି, ବଳରାମ ସୁଆର, ମନ୍ଦିର ଦେବୋତ୍ତର ବିଭାଗ ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ, ପ୍ରତାପ ଚନ୍ଦ୍ର ଦାସ, ମହେନ୍ଦ୍ର ମିଶ୍ର, ପ୍ରଦୀପ କୁମାର ସାହୁ, ଆଲୋକ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ମନ୍ଦିର ପରିସରରୁ ଜଳ ନିଷ୍କାସନ,ମନ୍ଦିର ପରିସରରେ ବିଦ୍ୟୁତ କରଣ ଓ ପାଚେରୀ ନିର୍ମାଣ ପ୍ରଭୃତି କାର୍ଯ୍ୟ ପାଇଁ ୭୨ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ସମ୍ପର୍କରେ ନିର୍ବାହୀ ଅଧିକାରୀ ପତ୍ରୀ ସୂଚନା ଦେଇଥିଲେ ।