ଶ୍ରେଣୀରେ ଶିକ୍ଷକ ଙ୍କୁ ଛାତ୍ର ଙ୍କ ମୁଥ ମାରିବା ଘଟଣା କୁ ନେଇ ଉତେଜନା

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଗୁରୁ ଶିଷ୍ୟ ମଧ୍ୟରେ ଅତୁଳନୀୟ ଭାବ ସ୍ନେହ ପ୍ରେମ ଶ୍ରଦ୍ଧା ଆନନ୍ଦ ଆଉ ଦେଖିବାକୁ ମିଳୁନି।ସଂସ୍କାର ପରମ୍ପରା ଭୁଲି ଗଲେଣି। ଶିକ୍ଷକ ଛାତ୍ର ଛାତ୍ରୀ କିଏ କାହାକୁ ମାନୁଥିବା ଦେଖିବାକୁ ମିଳୁଛି। ଯାହା ଫଳରେ ଶିକ୍ଷା କ୍ଷେତ୍ରରେ ଗୁଣବତ୍ତା ,ସିଷ୍ଟାଚାର ସହନଶୀଳତା ପରିଲକ୍ଷିତ ହେଉନି।ବିଦ୍ୟାଳୟ ରେ ଶିକ୍ଷକ ବିଦ୍ୟାର୍ଥୀ ପାଠ ନପଢ଼ିଲେ ବାଡେଇବା ତ ଦୂରର କଥା ତାଗିଦ୍ କଲେ ମଧ୍ୟ ଶିକ୍ଷକଙ୍କ ଭୁଲ। କିଛି ଅସାମାଜିକ ଛାତ୍ର ଶିକ୍ଷକଙ୍କୁ ମାଡ଼ମରିବାକୁ ପଛାଉ ନାହାନ୍ତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ସାନଖେମୁଣ୍ଡି ବ୍ଲକ ଡେଙ୍ଗାଡ଼ି ପଞ୍ଚାୟତ ଶ୍ୟାମ ସୁନ୍ଦର ହାଇସ୍କୁଲ ରେ ଶିକ୍ଷକଙ୍କୁ ଛାତ୍ର ମୁଥ ମାରିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ପରିସରକୁ ଆସିଛି। ଯାହା ଫଳରେ ଆଜି ଶନିବାର ସକାଳ ସ୍କୁଲ ଖୋଲିବା ବେଳେକୁ ବିଦ୍ୟାଳୟର ଛାତ୍ର ଛାତ୍ରୀ ଏବଂ ପୁରାତନ ଛାତ୍ର ଅଭିଭାବକ ମାନେ ସ୍କୁଲ ଗେଟ ରେ ତାଲା ପକାଇ ଧାରଣାରେ ବସିଛନ୍ତି। ଅଭିଯୋଗ କରିଛନ୍ତି ଶିକ୍ଷକଙ୍କୁ ମାଡ଼ ମାରିବା ଘଟଣା ରେ ଯେଉଁ ୫ ଜଣ ସଂପୃକ୍ତ ଅଛନ୍ତି ବିଦ୍ୟାଳୟ ରୁ ବାହାର କରିବା ପାଇଁ ଅଡିବସିଥିଲେ। ଏନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସଞ୍ଜୟ କୁମାର ପାଳ ସାନଖେମୁଣ୍ଡି ଗୋଷ୍ଠି ଶିକ୍ଷାଧିକାରୀ ପ୍ରଫୁଲ୍ଲ କୁମାର ସାବତ ଏବଂ ପାଟପୁର ପୋଲିସ ଙ୍କୁ ଖବର ଦେଇଥିଲେ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକ ଛାତ୍ର ଛାତ୍ରୀ ଙ୍କୁ ବୁଝାଇବା ପରେ ଛାତ୍ର ଛାତ୍ରୀ ମାନେ କ୍ଲାସ କୁ ଯାଇଥିଲେ କିନ୍ତୁ ଅଭିଭାବକ ପୁରାତନ ଛାତ୍ର ମାନେ ସ୍କୁଲ ଗେଟ ପାଖରେ ଅଡି ବସିଥିଲେ।ଘଟଣାରୁ ସ୍ପଷ୍ଟ ଭାବରେ ଜଣାପଡ଼ିଛି ଗତ ଶୁକ୍ରବାର ଦିନ ୧୧,୫୦ ସମୟରେ ଦଶମ ଶ୍ରେଣୀରେ କ୍ରୀଡା ଶିକ୍ଷକ ସମ୍ଭୁ ପାଣି ପ୍ରଧାନ ଇତିହାସ ପଢ଼ାଉଥିବା ବେଳେ କ୍ଳାସ ରେ ୫ଜଣ ଛାତ୍ର ରାଜା ଦାସ,ଲିପୁ ଗୌଡ଼,ଆଶିଷ ଜେନା, କ୍ରିଷ୍ଣା ପ୍ରଧାନ,ନିର୍ମଳ ପ୍ରଧାନ ବିଶୃଙ୍ଖଳା ସୃଷ୍ଟି କରିଥିଲେ । ଶିକ୍ଷକ ତାଗିଦ୍ କରିଥିଲେ କ୍ଲାସ ବାହାର କୁ ଯିବା ପାଇଁ କହିଥିଲେ ଏଥିରେ ଉତକ୍ଷୀପ୍ତ ହୋଇ ଲିପୁ ଗୌଡ଼ ଶିକ୍ଷକ ଙ୍କ ସାର୍ଟ ଧରି ମୁହଁକୁ ଦୁଇଥର ମୁଥ ମରିଥିଲା। ଏନେଇ ଗ୍ରାମରେ ପ୍ରଚାରିତ ହୋଇଥିଲା।ଏନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସଞ୍ଜୟ କୁମାର ପାଳ ବିଦ୍ୟାଳୟ ପରିଚାଳନା କରିବାରେ ତ୍ରୁଟି ,ଶିକ୍ଷକ ଙ୍କ ମଧ୍ୟରେ କାହା ସହିତ କାହାର ସମ୍ପର୍କ ନାହିଁ ।ପିଲାମାନେ ସ୍କୁଲ ରେ ସିଗାରେଟ ଟାଣିବା ଅନୈତିକ କାର୍ଯ୍ୟକଳାପ ରେ ଲିପ୍ତ ହେବା ବିଭିନ୍ନ ସମସ୍ୟା ନେଇ ଯୁକ୍ତି କରିଥିଲେ। ଶେଷରେ ୫ଜଣ ଛାତ୍ର ଉପସ୍ଥିତ ଶିକ୍ଷକ ଏବଂ ଗ୍ରାମବାସୀ ଙ୍କ ସମ୍ମୁଖରେ ଭୁଲ ସ୍ୱୀକାର କରିବା ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା।ବିଦ୍ୟାଳୟର କମିଟି ଏବଂ ପ୍ରଧାନ ଶିକ୍ଷକ ମିଳିତ ଭାବେ ପାଟପୁର ଥାନା ରେ ଲିଖିତ ଭାବେ ଦେଇଛନ୍ତି ଯେ ୫ଜଣ ଛାତ୍ର ସ୍କୁଲ ଆସିବେ ନାହିଁ ।।ସେମାନଙ୍କ ବାପା ମାଆ ଙ୍କୁ ଅବଗତ କରାଇଥିବା ଜଣାପଡ଼ିଛି।ଯାହା ଫଳରେ ପରିସ୍ଥିତି ଶାନ୍ତ ପଡିଥିଲା।ସରକାର ବିଦ୍ୟାଳୟ ଗୁଡ଼ିକୁ ଦଣ୍ଡ ମୁକ୍ତ ଅଞ୍ଚଳ ଘୋଷଣା କରିଛନ୍ତି । ଯାହା ଫଳରେ ଶିକ୍ଷକ ମାନେ ପିଲା ମାନଙ୍କୁ ତାଗିଦ୍ ବାରିବା ଭୁଲ ସାବ୍ୟସ୍ତ ହେଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ