ଶ୍ରେଣୀ ଗୃହ ଅଭାବ : ବାରଣ୍ଡାରେ ଚାଲିଛି ଶିକ୍ଷାଦାନ

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ଓଡିଶାରେ ଚାରିଆଡ଼େ ମାଳ ମାଳ ସ୍କୁଲ । କେଉଁଠି ଶିକ୍ଷକ ନାହାନ୍ତି, କେଉଁଠି ପିଲା ସଂଖ୍ୟା କମ ତ କେଉଁଠି ବିଦ୍ୟାର୍ଥୀ ମାନେ ବସିବା ପାଇଁ ଶ୍ରେଣୀ ଗୃହ ନାହିଁ । କେଉଁଠି ଶିକ୍ଷକ ମେଞ୍ଚେ ତ କେଉଁଠି କେଞ୍ଚେ । କେଉଁଠି ଭଙ୍ଗା ଘରେ ଚକାଜହ୍ନ ଦେଖାଯାଉଛି ତ କେଉଁଠି ବିପଦ ଶଙ୍କୁଳ ଅବସ୍ଥାରେ ଶ୍ରେଣୀଗୃହ । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାର ବହଳଦା ବ୍ଲକର ଗମ୍ଭାରିଆ ପଞ୍ଚାୟତର କଣ୍ଟାଶୋଳ ପ୍ରାଥମିକ ବିଦ୍ୟାଳୟ । ଏହି ବିଦ୍ୟାଳୟରେ ଦୁଇ ଜଣ ଶିକ୍ଷକରେ ଚାଲିଛି । ଏଠାରେ ପୁରାତନ ବିଦ୍ୟାଳୟର ଆଜବେଷ୍ଟସ ଛାତ ଉଡିଯାଇ ଘର ବିପଦ ସଙ୍କୁଳ ଅବସ୍ଥାରେ ଅଛି ।ସେହି ବିପଦ ଶଙ୍କୁଳ ପୁରାତନ ଗୃହକୁ ଏଯାଏଁ ଭଙ୍ଗା ଯାଇନାହିଁ । କୁନି କୁନି ପିଲାମାନେ ଖେଳୁଥିବା ସମୟରେ କେତେବେଳେ କ’ଣଘଟଣ ନ ଘଟିବ କିଏ କହି ପାରିବ ! ଗୋଟିଏ ମାତ୍ର ନୂତନ ଗୃହରେ ବିଦ୍ୟାଳୟରେ ୫ଟି ଶ୍ରେଣୀରେ ଚାଲିଛି । ବାରଣ୍ଡାରେ ମଧ୍ୟ ପିଲା ପଢୁଛନ୍ତି ।ପ୍ରଧାନ ଶିକ୍ଷକ ଏବଂ ଅଭିଭାବକ ସଂଘ ବାରମ୍ବାର ଶିକ୍ଷା ପ୍ରଶାସନିକ ଅଧିକାରୀଙ୍କୁ ଲିଖିତ ଅଭିଯୋଗ କଲେ କିଛି ଫଳ ମିଳୁନାହିଁ । ଯାହାଫଳରେ ପିଲାମାନଙ୍କର ପାଠପଢାରେ ବ୍ୟାପକ ବାଧା ସୃଷ୍ଟି ହେଉଛି ।  ତେଣୁ ଜିଲ୍ଲାପାଳ ମହୋଦୟ ଅନ୍ୟ ଏକ ନୂତନ ଗୃହ ନିର୍ମାଣ ମଂଜୁର ପାଇଁ ଗ୍ରାମବାସୀ ଦାବି କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ