ଶ୍ରେଷ୍ଠ ଥାନା ଭାବେ ଚିହ୍ନଟ ହୋଇଥିବା ଗାଙ୍ଗପୁର ଥାନାକୁ ଶୁଭକାମନା ଜଣାଇଲେ ଗଞ୍ଜାମ ଏସପି
ଛତ୍ରପୁର, (ଦେବଦତ୍ତ ମହାରଣା) : ଦେଶରେ ତିନୋଟି ଶ୍ରେଷ୍ଠ ଥାନା ମଧ୍ୟରେ ଗଂଜାମ ପୋଲିସ ଜିଲ୍ଲାର ଗାଙ୍ଗପୁର ଥାନା ରହିଛି । କେନ୍ଦ୍ର ଗୃହ ମନ୍ତ୍ରାଳୟ ଗାଙ୍ଗପୁର ଥାନାକୁ ଶ୍ରେଷ୍ଠ ଥାନା ଭାବେ ଚୟନ କରିଛନ୍ତି । ନେଇ ଗୁରୁବାର ଗଞ୍ଜାମ ଏସପି ବ୍ରିଜେସ୍ କୁମାର ରଏ ଗାଙ୍ଗପୁର ଥାନାର ଥାନାଧିକାରୀ ଓ ତାଙ୍କ ଟିମ୍ କୁ ଶୁଭକାମନା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୫ ଟି ଆଧାରରେ ଗଞ୍ଜାମ ପୋଲିସ୍ ଜିଲ୍ଲାର ଗାଙ୍ଗପୁର ଥାନାକୁ ପରିବର୍ତ୍ତନ କରାଯାଇଥିଲା । ସମସ୍ତ ଥାନାରେ କେମିତି ଟ୍ରାନ୍ସଫର୍ମେସନ୍ ହବ ଏବଂ ଟିମ୍ ୱାର୍କ ଭଲ ଭାବରେ ହେବ ତାକୁ ଦୃଷ୍ଟିିରେ ରଖି କାର୍ଯ୍ୟ କରିବା ପାଇଁ ସମସ୍ତ ଥାନାକୁ ନିର୍ଦ୍ଦେଶ ଦିଆଯାଇଥିଲା । ତା ଭିତରେ ଗାଙ୍ଗପୁର ଥାନା ବହୁତ ଭଲ ଭାବରେ ପ୍ରଦର୍ଶନ କରିଥିଲା । ଗାଙ୍ଗପୁର ଥାନାର ଭିତ୍ତିଭୂମି ଅନୁଯାୟୀ ସାଧାରଣ ଲୋକଙ୍କ ସହିତ ସୁ ସମ୍ପର୍କ ସ୍ଥାପନ କରିପାରିଥିଲା । ସାରା ଦେଶର ଥାନା କୁ ନେଇ କେନ୍ଦ୍ର ଗୃହ ବିଭାଗ ଏକ ସର୍ଭେ କରିଥିଲା । ଏଥିରେ ସ୍ୱଚ୍ଛତା, ସିସିଟିଏନଏସରେ ମାମଲା ପଂଜିକରଣ, ଅପରାଧ ନିୟନ୍ତ୍ରଣ ସହ ଚୋରି , ଡକାୟତି ରୋକିବା ଉପରେ ଏହି ସଭେ ହୋଇଥିଲ।। ଜନସାଧାରଣଙ୍କ ମତାମତ ଓ ବହୁ ମାନଦଣ୍ଡଲୁ ନେଇ ଏହି ସର୍ଭେ ହୋଇଥିଲା । ଏକ ଟିମ୍ ପରିଦର୍ଶନ କରି ବିଭିନ୍ନ ତତ୍ୟ ସଂଗ୍ରହ ସହ ଭିତ୍ତି ଭୂମିର ତଦାରଖ କରିଥିଲେ । ପରେ ଗାଙ୍ଗପୁର ଥାନାକୁ ଶ୍ରେଷ୍ଠ ଥାନା ଭାବେ ଚୟନ କରିଛନ୍ତି । ଗାଙ୍ଗପୁର ଥାନାଧିକାରୀ ଏବଂ ତାଙ୍କ ଟିମ୍ ଉତ୍ତମ କାର୍ଯ୍ୟ ପ୍ରଦର୍ଶନ କରି ଗଞ୍ଜାମ ପୋଲିସ୍ ଜିଲ୍ଲା ପାଇଁ ଗର୍ବ ଆଣିଥିବା ଗଞ୍ଜାମ ଏସପି ବ୍ରିଜେସ୍ କୁମାର ରାଏ କହିଛନ୍ତି । ଆସନ୍ତା ୧୯ ତାରିଖରେ ଲକ୍ଷେ୍ନା ଠାରେ ଡିଜିପି ସମ୍ମିଳନୀ ହେବ । ସେଠାରେ ଗୃହ ମନ୍ତ୍ରୀ ଏହି ପୁରସ୍କାର ପ୍ରଦାନ କରିବେ ବୋଲି ଗଞ୍ଜାମ ଏସପି ଶ୍ରୀ ରାଏ ସୂଚନା ଦେଇଛନ୍ତି । ଗାଙ୍ଗପୁର ଥାନା ପରି ଗଞ୍ଜାମ ପୋଲିସ୍ ଜିଲ୍ଲାର ସମସ୍ତ ଥାନା ଉତ୍ତମ କାର୍ଯ୍ୟ କରି ସ୍ୱତନ୍ତ୍ର ସ୍ଥାନ ଅଧିକାର କରିବା ପାଇଁ ଚେଷ୍ଟା କରିବା ଆବଶ୍ୟକ ବୋଲି ଗଞ୍ଜାମ ଏସପି କହିଛନ୍ତି ।