ଶ୍ରେଷ୍ଠ ନିକ୍ଷୟ ମିତ୍ର ଭାବେ ଡ଼ିଏମଏଫ କେନ୍ଦୁଝର ପୁରସ୍କୃତ

କେନ୍ଦୁଝର, (ଯୁଗାବ୍ଦ ନ୍ୟୁଜ):ଭାରତ ସରକାରଙ୍କ ଯକ୍ଷ୍ମା ମୁକ୍ତ ଅଭିଯାନ ଅନ୍ତର୍ଗତ ଡିସେମ୍ବର ୨୬ ତାରିଖରେ କେନ୍ଦୁଝର ଅଡିଟୋରିଅମଠାରେଆୟୋଜିତହେଇଥିବା ଜିଲ୍ଲାସ୍ତରୀୟ ଯକ୍ଷ୍ମା ମୁକ୍ତ ଅଭିଯାନର ଉଦଘାଟନୀ ସମାରୋହରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡ଼ିଏମଏଫ) କେନ୍ଦୁଝରକୁ ଯକ୍ଷ୍ମା ରୋଗୀଙ୍କୁ ପୋଷ୍ୟ ଭାବେ ଗ୍ରହଣ କରି ସମସ୍ତ ସହାୟତା ପ୍ରଦାନ କରିବାରେ ଶତପ୍ରତିଶତ ସଫଳତା ହାସଲକରିଥିବାରୁ ନିକ୍ଷୟ ମିତ୍ର ଭାବେ ସମ୍ମାନିତ କରାଯାଇଛି । ଏନେଇ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମଣନ୍ତ୍ରଣାଳୟ ଦ୍ୱାରା ପ୍ରେରିତ ପ୍ରମାଣପତ୍ରକୁ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା କେନ୍ଦୁଝର ସାଂସଦ ଶ୍ରୀ ଅନନ୍ତ ନାୟକ ଜିଲ୍ଲାପାଳ ତଥା ଅଧ୍ୟକ୍ଷ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଶ୍ରୀ ଵିଶାଲ ସିଂହଙ୍କୁ ପ୍ରଦାନ କରିଥିଲେ ।ସୂଚନାଯୋଗ୍ୟ ନିକ୍ଷୟ ମିତ୍ର କାର୍ଯ୍ୟକ୍ରମ ହେଉଛି ଲୋକମାନଙ୍କ ମଧ୍ୟରେ ଯକ୍ଷ୍ମା ରୋଗକୁ ନେଇ ରହିଥିବା ଅନ୍ଧ ବିଶ୍ୱାସକୁ ଦୂର କରିବା, ଯକ୍ଷ୍ମା ଆକ୍ରାନ୍ତଙ୍କୁ ଉପଯୁକ୍ତ ସହାୟତା ଯୋଗାଇ ଦେବା, ପୁଷ୍ଟିକର ଖାଦ୍ୟର ମହତ୍ୱ ଓ ରୋଗ ସଂପର୍କରେ ମାର୍ଗ ଦର୍ଶନ କରିବା । ନିକ୍ଷୟମିତ୍ର ଜିଲ୍ଲା ଖଣିଜ ପ୍ରତିଷ୍ଠାନର ସମର୍ଥନ ଯୋଗୁଁ କେନ୍ଦୁଝରର ଅନେକ ଯକ୍ଷ୍ମା ରୋଗୀଙ୍କୁ ଆବଶ୍ୟକୀୟ ସହାୟତା ଯୋଗାଇ ଦିଆଯାଇପାରୁଛି ଲୋକମାନଙ୍କୁ ପୁଷ୍ଟିକର ଖାଦ୍ୟ, ସ୍ୱାସ୍ଥ୍ୟ ପରୀକ୍ଷାସଂପର୍କରେ ସଚେତନ କରାଯାଇ ଉପଯୁକ୍ତ ଚିକିତ୍ସା ଲାଗି ପରାମର୍ଶ ଦିଆଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ