ଶ୍ରେଷ୍ଠ ପାଠକ ଚୟନ ଓ ପ୍ରତିଭା ଅନ୍ୱେଷଣ ପ୍ରତିଯୋଗୀତା

ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍‌) : ହାଟଡ଼ିହି ବ୍ଲକ ଅଧିନସ୍ଥ ବିବେକାନନ୍ଦ ପାଠକମଞ୍ଚ, ନୁଆରମ୍ପାସର ପଞ୍ଚଦଶ ବାର୍ଷିକ ସ୍ୱନକ୍ଷତ୍ର ଉପଲକ୍ଷେ ଶ୍ରେଷ୍ଠ ପାଠକ ଚୟନ ଓ ପ୍ରତିଭା ଅନ୍ୱେଷଣ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ଜପିଦାସ ବିଦ୍ୟାମନ୍ଦିର ବଡରମ୍ପାସ ଠାରେ ଅନୁଷ୍ଠିତ ଏହି ପ୍ରତିଯୋଗୀତାରେ ୬୦ଟି ବିଦ୍ୟାଳୟର ୩୫୦ରୁ ଉର୍ଦ୍ଧ ପ୍ରତିଯୋଗୀ ଶ୍ରେଷ୍ଠ ପାଠକ ଚୟନ, ବକ୍ତୃତା, ଓଡିଆ ଭାଷାଜ୍ଞାନ ଓ ଆଶୁକବିତା ଲିଖନ ଆଦି ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିଥିଲେ । ପାଠକମଞ୍ଚର ପ୍ରତିଷ୍ଠାତା ତଥା ଆବାହକ ଅଧ୍ୟାପକ ରବିନ୍ଦ୍ର କୁମାର ନାୟକ ପ୍ରତିଯୋଗୀତା ଗୁଡିକୁ ତଦାରଖ କରିଥିବାବେଳେ ଅବସରପ୍ରାପ୍ତ ଶିକ୍ଷକ ଅକ୍ଷୟ କୁମାର ଜେନା, ପିତାମ୍ବର ପାତ୍ର, ଶିକ୍ଷକ ବେଣୁଧର ସାହୁ, ଓ.ଏଲ.ଏମ ପ୍ରକଳ୍ପ ମୁଖ୍ୟ ସଞ୍ଜୟ କୁମାର ବାରିକ, ପ୍ରଧନ ଶିକ୍ଷକ ରବିନ୍ଦ୍ର କୁମାର ରାଉତ, ଡମ୍ବରୁଧର ଦେହୁରୀ ପ୍ରମୁଖ ଉପସ୍ଥିତ ରହି ପ୍ରତିଯୋଗୀ ମାନଙ୍କର ପ୍ରତିଭାକୁ ମୁଲ୍ୟାୟନ କରିଥିଲେ । ଅବସରପ୍ରାପ୍ତ ଏବିଇଓ ବୈଷ୍ଣବ ଚରଣ ବାରିକ, ଅଭିମନ୍ୟୁ ସାହୁ, ମଦନ ମୋହନ ମିଶ୍ର, ସୁଶାନ୍ତ କୁମାର ସନ୍ଦିବିଗ୍ରହ, ଦେବାଶିଷ ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟରେ ଶ୍ରେଷ୍ଠ ପାଠକ ଚୟନ ପ୍ରତିଯୋଗୀତା, ସାକ୍ଷାତକାର, ଗୀତ, ହାସ୍ୟବ୍ୟଙ୍ଗ ଏବଂ ପ୍ରଶ୍ନମଞ୍ଚ ଆଦି କାର୍ଯ୍ୟକ୍ରମ ଗୁଡିକ ଡିସେମ୍ବର ୩୧ତାରିଖରେ ଅନୁଷ୍ଠିତ ହେବାକୁ ଥିବା ସ୍ୱନକ୍ଷତ୍ର ଦିବସରେ ଆୟୋଜିତ ହୋଇ କୃତ୍ତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯିବାର କାର୍ଯ୍ୟକ୍ରମ ରହିଛି ବୋଲି ଅନୁଷ୍ଠାନ ପକ୍ଷରୁ ସୁଚନା ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ