ଶ୍ରେଷ୍ଠ ବ୍ଲକ ହିଞ୍ଜିଳି ଏବଂ ପଞ୍ଚାୟତରେ ଶାସନ ଆମ୍ବଗାଁ ଓ ଅଲାରିଗଡ

ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସଶକ୍ତିକରଣ ପୁରସ୍କାର
ଛତ୍ରପୁର, (ଓ୍ବାଇଏନ୍ଏସ୍) : ଦୀନଦୟାଲ୍ ଉପାଧ୍ୟାୟ ପଞ୍ଚାୟତ ସଶକ୍ତିରଣ ପୁରସ୍କାର-୨୦୨୦ ନିମନ୍ତେ କେନ୍ଦ୍ର ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି । ଏହି ପୁରସ୍କାର ପାଇବା ନିମନ୍ତେ ଓଡିଶା ରାଜ୍ୟର ଶ୍ରେଷ୍ଠ ବ୍ଲକ ଭାବେ ଗଂଜାମ ଜିଲ୍ଲାର ହିଞ୍ଜିଳି ବ୍ଲକ ସ୍ଥାନ ପାଇଥିବା ବେଳେ ଶ୍ରେଷ୍ଠ ପଞ୍ଚାୟତସ୍ତରରେ ର୍ହିଞ୍ଜିଳି ବ୍ଲକର ଶାସନଆମ୍ବଗାଁ ଏବଂ ଶେରଗଡ ବ୍ଲକର ଅଲାରିଗଡ ପଞ୍ଚାୟତ ସ୍ଥାନ ପାଇଥିବା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପକ୍ଷରୁ ସୂଚନା ମିଳିଛି । ଏନେଇ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସମସ୍ତ ଟିମ୍‌କୁ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଶୁଭେଚ୍ଛା ଜଣାଇଛନ୍ତି । ସେହିପରି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଇଂ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ହିଞ୍ଜିଳି ବ୍ଲକର ସମସ୍ତ ଟିମ୍ ଏବଂ ଶେରଗଡ ବ୍ଲକ ଓ ଅଲାରିଗଡ ପଞ୍ଚାୟତର ସମସ୍ତ ଟିମ୍‌କୁ ପ୍ରଶଂସା କରିବା ସହ ଶୁଭେଚ୍ଛା ଜଣାଇଛନ୍ତି । ବିଗତ ବର୍ଷ ଭଳି ଚଳିତ ବର୍ଷ ସବୁ ବର୍ଗରେ ଉତ୍ତମ ପ୍ରଦର୍ଶନ କରିଥିବା ବ୍ଲକ ଏବଂ ପଞ୍ଚାୟତକୁ କେନ୍ଦ୍ର ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ମନ୍ତ୍ରାଳୟ ପକ୍ଷରୁ ପୁରସ୍କୃତ କରାଯାଇଥାଏ । ପୂର୍ବରୁ ଚଳିତ ବର୍ଷ ଗଂଜାମ ଜିଲ୍ଲାର ୩ ଟି ପଞ୍ଚାୟତକୁ ଜାତୀୟ ପଞ୍ଚାୟତ ପୁରସ୍କାର ମିଳିଛି । ଶ୍ରେଷ୍ଠ ବିକାଶ ଯୋଜନା କରିବାରେ ଗଂଜାମ ବ୍ଲକ କାଇଁଚପୁର ପଞ୍ଚାୟତ, ଶ୍ରେଷ୍ଠ ଚାଇଲଡ୍ ଫ୍ରେଣ୍ଡ୍‌ଲି ପଞ୍ଚାୟତ ବିଭାଗରେ ବେଲଗୁଣ୍ଠା ବ୍ଲକର ବଡବରସିଙ୍ଗି ପଞ୍ଚାୟତ ଏବଂ ନାନାଜୀ ଦେଶମୁଖ ରାଷ୍ଟ୍ରୀୟ ଗୌରବ ଗ୍ରାମସଭା ପୁରସ୍କାର ସାନଖେମୁଣ୍ଡି ବ୍ଲକ ପୋଡାମାରି ପଞ୍ଚାୟତକୁ ମିଳିଥିଲା ବୋଲି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଡିପିଏମ୍ ଦୀପକ କୁମାର ପାତ୍ର କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ