ଶ୍ରେଷ୍ଠ ଭୂତତ୍ତ୍ୱ ଛାତ୍ର ଗୌରବ କୁମାର ସ୍ୱାଇଁ ପୁରସ୍କୃତ

ବାଲେଶ୍ୱର, (ସରୋଜ ପଣ୍ଡା) :-ଉତ୍କଳ ବିଶ୍ୱବିଦ୍ୟାଳୟରୁ ଭୂ-ବିଜ୍ଞାନର ସର୍ବାଧିକ ନମ୍ବର ରଖି ପୁରସ୍କୃତ ହୋିଥିବା ଖଇରା ଅଞ୍ଚଳର ଗୌରବ କୁମାର ସ୍ୱାଇଁ ବାଲେଶ୍ୱର ଜିଲାକୁ ଗୌରବାନ୍ୱିତ କରିଛନ୍ତି । ଗତ ୨୪ ତାରିଖରେ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା ସଭାଗୃହରେ ଆୟୋଜିତ ଭୂବୈଜ୍ଞାନିକ ପ୍ରତଷ୍ଠାନ (ଆଇଜିଓ) ଓଡ଼ିଶା ଶାଖା ବାର୍ଷିକ ଉତ୍ସବରେ ତାଙ୍କୁ ପୁରସ୍କୃତ କରାଯାଇଛି । ଡ. ଶୁଭୟାଂଶୁ ଭୂଷଣ ରାୟଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଖ୍ୟାତନାମା ମୌସୁମବିତ ପ୍ରଫେସର ଉମାଚରଣ ମହାନ୍ତି ଶ୍ରୀ ସ୍ୱାଇଁଙ୍କୁ ରବିନାରାୟଣ ମିଶ୍ର ସ୍ମାରକୀ ପୁରସ୍କାର ପ୍ରଦାନ କରିଥିଲେ । ବରିଷ୍ଠ ଭୂବିଜ୍ଞାନୀ ବିଭୂତି ଭୂଷଣ ଷଡ଼ଙ୍ଗୀ, ବସନ୍ତ କୁମାର ଆଚାର୍ଯ୍ୟଙ୍କ ସମେତ ସମ୍ପାଦକ ସତ୍ୟନାରାୟଣ ମହାନ୍ତି ମଞ୍ଚାସୀନ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ