ଶ୍ର୍ରୀମ ଭାଗବତ କଥା ମହୋତ୍ସବର ଉଦଯାପନୀ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) :-ବାଲିଗୁଡାର ଅଧିଷ୍ଠାତ୍ରୀ ଦେବୀ ମା ପାଟଖଣ୍ଡା ମନ୍ଦିର ପରିସରରେ ମା ପାଟଖଣ୍ଡା ଦୁର୍ଗା ପୁଜା ସମିତି ଆନୁକୁଲ୍ୟରେ ଶ୍ରୀମ ଭାଗବତ କଥା ଚଳିତ ମାସ ଗତ ୬ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ହୋଇଥିବା ଶ୍ରୀମଭାଗବତ ମହୋତ୍ସବର ଉଦଯାପନୀ ହୋଇଯାଇଛି । ଏଥିରେ ଶ୍ରୀକ୍ଷେତ୍ରଧାମ ପୁରୀ ତଥା ପ୍ରାର୍ଥନା ଚେନାଲରେ ପ୍ରଶାରିତ ହରେ କୃର୍ଷ୍ଣ କାର୍ଯ୍ୟକ୍ରମର ପ୍ରବକ୍ତା ଶ୍ରୀପାଦ ଭକ୍ତିବେଦାନ୍ତ ବୋଧାୟନ ମହାରାଜ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମ ପ୍ରତ୍ୟେକ ଦିନ ସଂନ୍ଧୟା ସାତ ଘଣ୍ଟିକା ଠାରୁ ଆରମ୍ଭ ହେଉଥିଲା । ପ୍ରତୈକ ଦିନ ଭାଗବତ କଥା କହିବା ସହ ଭଗବାନ ବିଷ୍ଣୁ ଓ କୃଷ୍ଣ୍ର୍ ଙ୍କ ବିଭିନ୍ନ ଚରିତ୍ର ଉପରେ ଆଲୋଚନା ହେଉଥିଲା । ବିଶେଷକରି ବାମନ ଅବତାର ଉପରେ ଅଧିକ ଆଲୋଚନା ହେଉଥିଲା । ସମବେତ ଶ୍ରୋତା ମାନଙ୍କୁ କିଭଳି ନିଜ ଜୀବନ ଭଗବାନଙ୍କ ସେବାରେ ନିଜକୁ ନିୟୋଜିତ କରିବେ ଓ ଉତମ ଚରିତବାନ ମଣିଷଟିଏ ହେବେ ଏବଂ ନିଜକୁ ଭଗବାନ ପାଖରେ ସର୍ମପଣ କରି ପ୍ରତ୍ୟେକ ଦିନ ମହାମନ୍ତ୍ର ହରେ କୃଷ୍ଣ ହରେକୃଷ୍ଣ ହରେ ହରେ ହରେ ରାମ ହରେ ରାମ ରାମ ରାମ ହରେ ହରେ ମନ୍ତ୍ର ଜପ କରିବାକୁ ମହାରାଜ କହିଥିଲେ । ଏହିଭଳି ଭାବରେ ଅନେକ କଥା କହି ଶ୍ରୋତା ମାନଙ୍କୁ ମହାରାଜ ବହୁ ଉପଦେଶ ଦେବା ସହ ଶ୍ରୀମଭାଗବତ କଥା କହିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀପାଦ ନରସିଂହ ଦାସ ମହାରାଜ (ବ୍ରହ୍ମଚାରୀ) ଭକ୍ତି ବେଦାନ୍ତ ଯୋଗୀ ମହାରାଜ ପ୍ରମୁଖ ପ୍ରବଚନ ଦେଇଥିଲେ । ଆୟୋଜକ ସମିତିର ସଭାପତି ଲୋକନାଥ ପାଢୀ,ସମ୍ପାଦକ ଟି ଶ୍ରୀନାବ ରାଓ,ସହ ସମ୍ପାଦକ ଭଗବଥି ପ୍ରସାଦ ସାବତ,ଶ୍ରୀନିବାସ ଦୋରା,ମଦନ ମୋହନ ପାଢୀ, ସିତାରାମ ଦାସ,ଭଗବାନ ପଣ୍ଡା ସମେତ ଅନୟ ସଦସ୍ୟ ମାନେ ଏଥିରେ ନିଜକୁ ନିୟୋଜିତ କରିିଥିଲେ ।ଶତାଧିକ ଶ୍ରୋତା ଏହି ଶ୍ର୍ରୀମ ଭାଗବତ କଥା କଥା ଶବଚ୍ଚ କରୁଥିଲେ ଓ ସମିତି ଦ୍ୱାରା ପ୍ରବଚନ କାର୍ଯ୍ୟକ୍ରମ ପରେ ସମସ୍ତଙ୍କ ନିମନ୍ତେ ପପ୍ରସାଦ ସେବନର ବ୍ୟବସ୍ଥା କରାଯାଉଥିଲା ।


