ଶ୍ୟାମକାଳୀ ୟୁଥ୍ କ୍ଲବ ତରଫରୁ ୫୭ ୟୁନିଟ୍ ରକ୍ତ ସଂଗୃହୀତ

ଛତ୍ରପୁର,(ଦେବଦତ୍ତ ମହାରଣା): ରକ୍ତଦାନ ମହତ୍ତ୍ୱ ଦାନ । ଏହି ମହାନ କାର୍ଯ୍ୟ କରିବାକୁ ଆଗେଇ ଆସିଛନ୍ତି ବଡମାଧପୁର ଗ୍ରାମର ଯୁବ ଗୋଷ୍ଠୀ । ଅଂଚଳର ଲୋକମାନଙ୍କୁ କିପରୀ ରକ୍ତ ଅଭାବ ନହେବ ସେଥି ନିମନ୍ତେ ଉଦ୍ୟମ ଜାରି କରିଛନ୍ତି । ଏଥି ସକାଶେ ଛତ୍ରପୁର ବ୍ଲକ ବଡମାଧପୁର ଶ୍ୟାମକାଳୀ ୟୁଥ୍ କ୍ଲବ ପକ୍ଷରୁ ଏକ ରକ୍ତଦାନ ଶିବିର ସ୍ଥାନୀୟ କ୍ଲବ ପରିସରରେ କ୍ଲବର ସଭାପତି ଦିଲ୍ଲୀପ କୁମାର ବେହେରାଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହାସହ କରୋନା ଉପରେ ସଚେତନତା ମଧ୍ୟ କରାଯାଇଛି ।ଏଥିରେ ୫୭ ଜଣ ସ୍ୱେଚ୍ଛାସେବୀ ରକ୍ତ ଦାନ କରି ଉଦାହରଣ ସାଜିଛନ୍ତି । ପୂର୍ବରୁ ମଧ୍ୟ ଏହି କ୍ଲବ ପକ୍ଷରୁ ବିଭିନ୍ନ ଜନ ମଙ୍ଗଳ କାର୍ଯ୍ୟ କରିଆସୁଛନ୍ତି । କରୋନା ମହାମାରୀ ସମୟରେ ଲୋକମାନେ କିପରୀ ସୁରକ୍ଷିତ ରହିବେ ସେଥି ନିମନ୍ତେ ଲୋକମାନଙ୍କୁ କ୍କବ ପକ୍ଷରୁ ସଚେତନତା କରାଯାଇଛି ।ଶୁକ୍ରବାର ଅନୁଷ୍ଠିତ ଶିବିରକୁ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍‌.ଧନଜଂୟ ରେଡ୍ଡୀ ଉଦ୍‌ଘାଟନ କରଥିବା ବେଳେ ୨୧ ନମ୍ବର ଜିଲ୍ଲା ପରିଷଦ ସଭ୍ୟ ଏସ୍‌.କିଶୋର ଚନ୍ଦ୍ର ରେଡ୍ଡୀ, ବଡମାଧପୁର ପଞ୍ଚାୟତ ସରପଞ୍ଚ ଶରତ ଖୁଣ୍ଟିଆ, ପ୍ରଫୁଲ ଖୁଣ୍ଟିଆ, ବଂଶୀଧର ସାହୁ, ରାଜେନ୍ଦ୍ର ସ୍ୱାଇଁ,ସୂର୍ଯ୍ୟନାରାୟଣ ସାହୁ ଏବଂ ନେହୁରୁ ଯୁବ କେନ୍ଦ୍ରର ସଂଯୋଜକ ସୁକାନ୍ତ କୁମାର ଦାଶ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ଏଥିରେ ସଂପୂର୍ଣ୍ଣ ମାତ୍ରାରେ କ୍ଲବର ସଭାପତି ଦିଲ୍ଲୀପ କୁମାର ବେହେରା, ସାଧାରଣ ସଂପାଦକ ମାଧବ ଖୁଣ୍ଟିଆ, ମହେନ୍ଦ୍ର କୁମାର ଗୌଡ, ରଞ୍ଜନ କୁମାର ଖୁଣ୍ଟିଆ, ନାରାୟଣ ବେହେରା, ଅର୍ଚ୍ଚନା ବେହେରା, ସୋନାଲୀ ବେହେରା, ରାଜୀବ ବେହେରା, ଏନ୍‌.କିରଣ ଦୋରା, ପଞ୍ଚୁ ଖୁଣ୍ଟିଆ, ନିରଞ୍ଜନ ବେହେରା, ରଘୁନାଥ ବେହେରା, କୋଷାଧ୍ୟକ୍ଷ ଅନାଦି ବେହେରା, ଏସ୍‌.ଯୁଧିଷ୍ଠୀର ରେଡ୍ଡୀ, ଶିବରଞ୍ଜନ ସାହୁ, କୈଳାସ ସେଠୀ, ଜିତେନ୍ଦ୍ର ପାଣିଗ୍ରାହୀ, ଦେବାଶିଷ ବେହେରା, ରଂଜିତ୍ ରାଉଳ, କୈଳାସ ବେହେରା, ସୋମନାଥ ବେହେରା, କାମରାଜୁ ବେହେରା, ଟି.ଦେବରାଜ ରେଡ୍ଡୀ, ଟି.କିଶୋର ରେଡ୍ଡୀ, କାହ୍ନୁ ଚରଣ ମହାରଣା, ଏସ୍‌.ସୁଶାନ୍ତ ରେଡ୍ଡୀ, ଏସ୍‌.ବିକ୍ରମ ରେଡ୍ଡୀ, ଟି.ମୋହନ ରେଡ୍ଡୀ,ପଦ୍ମନାଭ ସାହୁ, ଦୀନବନ୍ଧୁ ବେହେରା ପ୍ରମୁଖ ସହଯୋଗ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁର ରକ୍ତଭଣ୍ଡାରର ପ୍ରଦୀପ କୁମାର ସୁବୁଦ୍ଧି, ଦିବାକର ତ୍ରିପାଠୀ, ରାମହରୀ ପଣ୍ଡା, ବାବୁନୀ ବେହେରା ଓ ବସନ୍ତ ବେହେରା ପ୍ରମୁଖ ଉପସ୍ଥିତ ରହି ରକ୍ତ ସଂଗ୍ରହ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ