ଶ୍ୟାମସୁନ୍ଦରପୁର ଉଚ୍ଚ ପ୍ରାଥମିକ ସ୍କୁଲ ୧୯୬୭ମସିହା ବ୍ୟାଚର ବନ୍ଧୁମିଳନ
କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୧୯୬୭ମସିହା ବ୍ୟାଚର ପୁରାତନ ଛାତ୍ରଛାତ୍ରୀଙ୍କ ଏକ ବନ୍ଧୁମିଳନ ଓ ଗୁରୁପୂଜନ ଉତ୍ସବ ପାହାଡପୁର ନୃସିଂହନାଥଜୀଉ ମଠରେ ଅନୁଷ୍ଠିତ ହୋଇଯାଇଛି । ଆଜକୁ ୫୩ବର୍ଷ ପୂର୍ବେ ଏହି ବିଦ୍ୟାଳୟରୁ ମଧ୍ୟାଇଂରାଜୀ ଶିକ୍ଷା ସମାପ୍ତ କରିଥିବା ୫୦ରୁ ଉର୍ଦ୍ଧ୍ୱ ପୁରାତନ ଛାତ୍ରଚାତ୍ରି ତଥା ବରିଷ୍ଠ ନାଗରିକ ଦମ୍ପତି ସ୍ତାନୀୟ ପାହାଡପୁର ମଠରେ ଏକ ବନ୍ଧୁ ମିଳନରେ ସାମିଲ ହୋଇ ଗୁରୁପୂଜନ କରିଛନ୍ତି । ସମସ୍ତେ ବୃତ୍ତିଗତ ଜୀବନରୁ ଅବସର ନେଇଥିଲେ ହେଁ ବିଦ୍ୟାର୍ଥୀ ଜୀବନର ଅଭୁଲା ସ୍ମୃତିକୁ ମନେପକାଇ ସୁଖଦୁଃଖକୁ ନିଜ ନିଜ ମଧ୍ୟରେ ବାଂଟିଛନ୍ତି । ଏଥିସହିତ ସେମାନଙ୍କ ଗୁରୁ ଓ ଗୁରୁପତ୍ନୀଙ୍କୁ ସଭାରେ ଅତିଥି କରି ଆଶ୍ରିର୍ବାଦ ଭିକ୍ଷା କରିବା ସହ ସେମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏଭଳି ଘଟଣା ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି । ଏହି ଉପଲକ୍ଷେ ପୁରାତନ ଛାତ୍ର ଅନନ୍ତ ଚରଣ ମହାରଣାଙ୍କ ପୈାରହିତ୍ୟରେ ଅନୁଷ୍ଠିତ ସଭାରେ ବ୍ରଜକିଶୋର ମହାରଣା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଗୁରୁ ସୁନାକର ବାରିକ ଓ ଗୁରୁମା ଅନ୍ନପୂର୍ଣ୍ଣା ବାରିକଙ୍କୁ ଏହି ଅବସରରେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ନଗେନ୍ଦ୍ର ମହାନ୍ତି,ବଟକୃଷ୍ଣ ଚଇନି,ରାଖାଲ ମହାନ୍ତି,ରାଜକିଶୋର ଜେନା,ରମେଶ ଚନ୍ଦ୍ର ତ୍ରିପାଠୀ,ବିଜୟ ଦାସ,ପ୍ରଭାକର ରାଉତ,କାର୍ତ୍ତିକ ଚନ୍ଦ୍ର ଦାସ ପ୍ରମୁଖ ବକ୍ତବ୍ୟ ରଖିଥିବା ବେଳେ ପିତାମ୍ବର ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ ।