ଶ୍ୟାମସୁନ୍ଦରପୁର ପଂଚାୟତରେ ପଂଚାୟତ ଭବନ,କଲ୍ୟାଣ ମଣ୍ଡପ,ମାର୍କେଟକମ୍ପେ୍ଲକ୍ସ ଉଦଘାଟିତ
କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ପଂଚାୟତରେ ଶୁକ୍ରବାର ଅପରାହ୍ନରେ ପଂଚାୟତ ଭବନ,କଲ୍ୟାଣ ମଣ୍ଡପ,ମାର୍କେଟ କମ୍ପେ୍ଲକ୍ସ ଓ ଅଙ୍ଗନୱାଡି ଗୃହ ଉଦଘାଟିତ ହୋଇଯାଇଛି । କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଫିତାକାଟି ପଂଚାୟତ ଭବନ,କଲ୍ୟାଣ ମଣ୍ଡପ,ମାର୍କେଟ କମ୍ପେ୍ଲକ୍ସ ଓ ଅଙ୍ଗନୱାଡି ଗୃହକୁ ଉଦଘାଟନ କରିଛନ୍ତି । ଏହି ଉପଲକ୍ଷେ ସରପଂଚ ପୁଷ୍ପଲତା ସେନାପତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ବିଧାୟକ ଶ୍ରୀ ବେହେରା କହିଥିଲେ ଯେ ବିଧାନସଭା ଚାଲିଥିବା ବେଳେ ସେ ବହୁ ବ୍ୟସ୍ତତା ଭିତରେ ଥାଇ ମଧ୍ୟ ଏହି ଅଂଚଳର ଲୋକମାନଙ୍କ ଖୁସି ପାଇଁ ଏବଂ ଏକ ସୁନ୍ଦର କାର୍ଯ୍ୟକ୍ରମରେ ଯୋଗଦେବାକୁ ସେ ଏଠାକୁ ଚାଲିଆସିଛନ୍ତି । ସେ ଚାହିଁଥିଲେ ଭର୍ଚୁଆଲ ଯୋଗେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପାରିଥାନ୍ତେ । କେନ୍ଦ୍ରାପଡା ବ୍ଲକକୁ ଏକ ଆଦର୍ଶ ବ୍ଲକ ଭାବରେ ଗଢି ତୋଳିବାକୁ ସେ ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନରେ ନିର୍ବାଚିତ ହୋଇଥିବା ଅଧ୍ୟକ୍ଷ ଶିବ ପ୍ରସାଦ ଭଳଙ୍କୁ ଚେଷ୍ଟା କରିବାକୁ ପରାମର୍ଶ ଦେଇଛନ୍ତି । ପଂଚାୟତର ପାନୀୟ ଜଳ ସମସ୍ୟା ସମାଧାନ ପାଇଁ ବିଧାୟକ ଆବଶ୍ୟକ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଥିଲେ । ମରଡପୁର ଗ୍ରାମରେ ମାଇକ୍ରୋ ଡ୍ରିକିଂ ୱାଟର ପ୍ରକଳ୍ପ ସହ ୩ଲକ୍ଷ ଟଙ୍କା ବ୍ୟୟରେ ପଂଚାୟତରେ ଥଣ୍ଡା ପାନୀୟ ଜଳ ଓ ହାତଧୁଆ ବ୍ୟବସ୍ଥାର ପକଳ୍ପ କରାଯିବ ବୋଲି ବିଧାୟକ ଘୋଷଣା କରିଥିଲେ । ଏହି ପଂଚାୟତକୁ ଏକ ଆଦର୍ଶ ପଂଚାୟତ ଭାବେ ଗଢି ତୋଳିବାକୁ ସେ ସବୁ ପ୍ରକାର ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ଏହି ଉତ୍ସବରେ ପୂର୍ବତନ ସରପଂଚ ଶାରଦା ପ୍ରସାଦ ରାଉତ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ପଂଚାୟତର ପାନୀୟଜଳ ସମସ୍ୟା ସମାଧାନ ପାଇଁ ଦାବୀ କରିଥିଲେ । ଅନ୍ୟତମ ସମ୍ମାନୀତ ଅତିଥି ଭାବରେ ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା, ବ୍ଲକ ଅଧ୍ୟକ୍ଷ ଶ୍ରୀ ଭଳ, ବିଡିଓ ଅଶ୍ୱନୀ କୁମାର ଦାସ, ପୂର୍ବତନ ସରପଂଚ ସୁମିତ୍ରା ପାଢୀ,ବ୍ଲକ ବିଜେଡି ସଭାପତି ଆଲୋକ ସାହୁ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଶେଷରେ ଶିକ୍ଷକ ଅରୁଣ କୁମାର ସାମଲ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଯୁବନେତା ନରୋତ୍ତମ ମଲ୍ଲିକ, ଶିକ୍ଷାବୀତ ଭଜକୃଷ୍ଣ ରାଉତ, ଯୁବନେତା ବିଦ୍ୟୁତରଞ୍ଜନ ସେନାପତି, ସହକାରୀ ଯନ୍ତ୍ରୀ ଆକୁଳି ଚରଣ ସାହୁ, ପଂଚାୟତ ନିର୍ବାହୀ ଅଧିକାରୀ ନୃସିଂହ ଚରଣ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।