ଶ୍ୟାମସୁନ୍ଦରପୁର ପଂଚାୟତ ପକ୍ଷରୁ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

କେନ୍ଦ୍ରାପଡ଼ା (ଚିତ୍ତରଞ୍ଜନ ଦାସ) : ସେବୀକା ଦିବସ ଅବସରରେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ପଂଚାୟତ ପକ୍ଷରୁ କରୋନା ଯୋଦ୍ଧାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ପଂଚାୟତର ସରପଂଚ ପୁଷ୍ପଲତା ସେନାପତି, ନୋଡାଲ ଅଧିକାରୀ ନୃସିଂହ ଚରଣ ନାୟକ, ଆଶାଦିଦି, ଏ.ଏନ.ଏମ. ଓ ଅଙ୍ଗନୱାଡିକର୍ମୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ଅଙ୍ଗନୱାଡିକର୍ମୀ ସୁଲୋଚନା ସ୍ୱାଇଁ ଓ ନିର୍ମଳା ମିଶ୍ର,ଏ.ଏନ.ଏମ. ଚିନ୍ମୟୀ ସେନାପତି,ଆଶାଦିଦି କବିତା ସେଠୀ ଓ ପ୍ରଶାନ୍ତି ଦେବତା, ପ୍ରଧାନଶିକ୍ଷକ ରଘୁନାଥ ସାହୁ,ଶିକ୍ଷକ ଅଭୟ ଚରଣ କର,ଶିକ୍ଷୟତ୍ରୀ ସାଗରିକା ମିଶ୍ରଙ୍କୁ ପୁଷ୍ପଗୁଛ ଓ ମାନପତ୍ର ପ୍ରଦାନ କରାଯାଇ ବନ୍ଦାପନା ସହ ସମ୍ବର୍ଦ୍ଧିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସରପଂଚଙ୍କ ପ୍ରତିନିଧି ବିଦ୍ୟୁତ ରଞ୍ଜନ ସେନାପତି,ରମେଶ ଚନ୍ଦ୍ର ସ୍ୱାଇଁଦୀପକ କୁମାର ଲେଙ୍କା ଓ ନୃସିଂହ ଚରଣ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ