ଶ୍ୟାମସୁନ୍ଦର ରାଜଗୁରୁଙ୍କ ୧୬୦ତମ ଜୟନ୍ତୀ ପାଳିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ବିଶିଷ୍ଟ ସାହିତ୍ୟିକ ତଥା ସମାଜସେବୀ ସ୍ୱର୍ଗତ ଶ୍ୟାମସୁନ୍ଦର ରାଜଗୁରୁଙ୍କ ୧୬୦ତମ ଜୟନ୍ତୀ ସ୍ଥାନୀୟ ଉତ୍କଳ ହିତୈଷିଣୀ ସମାଜ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଂପାଦକ ତଥା ଗବେଷକ ପୂର୍ଣଚନ୍ଦ୍ର ମହାପାତ୍ରଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି ସମାବେଶରେ କବି ତଥା ଓଡିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଦସ୍ଯ ବିଚିତ୍ରାନନ୍ଦ ବେବର୍ତ୍ତା ଓ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷୟତ୍ରୀ ଆଶାଲତା ପାଣିଗ୍ରାହୀ ଯଥାକ୍ରମେ ମୁଖ୍ୟଅତିଥି ଓ ମୁଖ୍ୟବକ୍ତା ରୁପେ ଯୋଗଦାନ କରିଥିଲେ।ତତ୍ ସଂଗେସଂଗେ ଅନୁଷ୍ଠାନର ସଭାପତି ଭାରତଭୂଷଣ ମହାନ୍ତି,ବିନୋଦିନୀ ବିଗ୍ୟାନ ମହାବିଦ୍ୟାଳୟର ଅଧ୍ୟକ୍ଷ ମନୋଜ କୁମାର ପଟ୍ଟନାୟକ ସମ୍ମାନିତ ଅତିଥି ରୂପେ ଯୋଗଦାନ କରିଥିଲେ।ଆର୍ତତ୍ରାଣ ଚଇନି ଅତିଥି ଆହ୍ୱାନ କରିଥିଲେ ଏବଂ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ବିନୋଦ ଚନ୍ଦ୍ର ଜେନା ଅତିଥମାନଂକ ପରିଚୟ ପ୍ରଦାନ କରିଥିଲେ।ଅତିଥି ମାନେ ସ୍ୱର୍ଗତ ରାଜଗୁରୁଙ୍କ ପାରଳାଖେମୁଣ୍ଡି ରେ ଭାଷା ସାହିତ୍ୟ ତଥା ସମାଜ ମଂଗଳ ଦିଗରେ ଅବଦାନ ସଂପର୍କରେ କହିଥିଲେ।ପାରଳା ପୈାରପରିଷଦର ଅଧ୍ୟକ୍ଷ ହିସାବରେ ସେ ସହରର ବିଭିନ୍ ଉନ୍ନୟନ କାର୍ଯ୍ୟକ୍ରମରେ ତାଂକର ଅବଦାନ ବୁଝାଇଥିଲେ।ଅନ୍ୟାନ୍ୟ ବକ୍ତାଂକ ମଧ୍ୟରୁ ପ୍ରମୋଦ ଚନ୍ଦ୍ର ପାଢୀ ଏବଂ ଭାଗବତ ପାଢୀ ନିଜର ମନ୍ତବ୍ୟ ରଖିଥିଲେ।ଶେଷରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ସଭାପତି ଅଶ୍ୱିନୀ କୁମାର ପାଢୀ ସମସ୍ଂକୁ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ୧୦୦ରୁ ଉର୍ଦ୍ଧ୍ଵ ସାହିତ୍ୟପ୍ରେମୀ ଯୋଗଦାନ କରିଥିଲେ।