ଶ୍ୟାମାକାଳୀ ଜନ୍ମମହୋତ୍ସବରେ ଚଣ୍ଡି ଯଜ୍ଞ

ଭବାନୀପାଟଣା, (ଯୁଗାବ୍ଦ ନ୍ୟୁଜ):ପବିତ୍ର ଦୀପାବଳି ଓ ଶ୍ୟାମାକାଳୀ ଜନ୍ମମହୋତ୍ସବ ଉପଲକ୍ଷେ ଭବାନୀପାଟଣା ସ୍ଥିତ ଦକ୍ଷିଣ କାଳୀ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଓ ଏକ ଦିବସିୟ ଚଣ୍ଡି ଯଜ୍ଞ ଅନୁଷ୍ଠିତ ହୋଇଛି। କୋଭିଡ କଟକଣା କୁ ଦୃଷ୍ଟିରେ ରଖି ଚଳିତ ବର୍ଷ ତିନିଦିନ ପରିବର୍ତ୍ତେ ଗୋଟିଏ ଦିନ ଯଜ୍ଞ ଆୟୋଜନ କରାଯିବା ସହ କଳସ ଶୋଭାଯାତ୍ରାକୁ ବାତିଲ କରାଯାଇଥିଲା। ଯଜ୍ଞରେ ନାରାୟଣ ମିଶ୍ର ଆଚାର୍ଯ୍ୟ, ନିରଞ୍ଜନ ଦାଶ ଚଣ୍ଡୀପାଠ, ବିଭୁତି ଭୂଷଣ ମହାପାତ୍ର ସିଦ୍ଧ ବିନାୟକ, ସତ୍ୟ ନାରାୟଣ ମହାପାତ୍ର ଶିଵ ସହସ୍ରନାମ ଓ ବିଭୁତି ଭୂଷଣ ରଥ ବିଷ୍ଣୁ ସହସ୍ରନାମ ଦାୟିତ୍ୱ ସମ୍ପାଦନ କରିଥିଲେ। କ୍ଷେତ୍ର ପ୍ରାସାଦ ଯୋଶୀ ଓ ତାଙ୍କ ଧର୍ମପତ୍ନୀ ଯଜ୍ଞର କର୍ତ୍ତା ହୋଇଥିଲେ। ମନ୍ଦିର ପୂଜାରୀ ସଂଗ୍ରାମ ଯୋଶୀ ଓ ପୂଜକ ବସନ୍ତ ପାଢ଼ୀ ପୀଠ ରେ ଦେବୀଙ୍କ ଜନ୍ମ ମହୋତ୍ସବର ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିଥିଲେ। ଅଶୋକ ମହାପାତ୍ର, ସଞ୍ଜୟ ପୁରୋହିତ, ଦିଲ୍ଲୀପ ପଣ୍ଡା, ଭବାନୀ ଦାଶ ଯଜ୍ଞ ଆୟୋଜନ ରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ