ଶ୍ୟାମାକାଳୀ ପୂଜା ପାଇଁ ଆସିକା ଚିନିଶିଳ୍ପ ନୂଆଗାଁ ଉତ୍ସବମୁଖର

ଆସିକା, (ଯୁଗାବ୍ଦ ନ୍ୟୁଜ):ପୂର୍ବବର୍ଷ ମାନଙ୍କ ଭଳି ଚଳିତ ବର୍ଷ ମଧ୍ୟ ଆସିକା ବ୍ଳକ ଅନ୍ତର୍ଗତ କାଳଷଣ୍ଢପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଚିନିଶିଳ୍ପ ନୂଆଗାଁରେ ଉତ୍ସାହ ଓ ଉଦ୍ଦୀପନାର ସହ ପାରମ୍ପରିକ ରୀତିନୀତି ଅନୁଯାୟୀ ଗ୍ରାମବାସୀଙ୍କ ସକ୍ରିୟ ସହଯୋଗରେ ଶ୍ରୀ ଶ୍ରୀ ମା’ ଶ୍ୟାମାକାଳୀ ମହାଦେବୀଙ୍କ ସପ୍ତଦଶତମ ବାର୍ଷିକ ପୂଜା ଉତ୍ସବ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଆରମ୍ଭ ହୋଇଥିବା ବେଳେ ଏଥିପାଇଁ ଚିନିଶିଳ୍ପ ନୂଆଗାଁ ଅଞ୍ଚଳ ଉତ୍ସବମୁଖର ହୋଇପଡିଥିବା ଲକ୍ଷ୍ୟ କରାଯାଇଛି । ଶକ୍ତିମୟୀ, କରୁଣାମୟୀ, ଭକ୍ତବତ୍ସଳା ମା’ ଶ୍ୟାମାକାଳୀଙ୍କ ପୂଜା ରୀତିନୀତି ଅନୁଯାୟୀ ଚାଲୁ ରହିଥିଲା ବେଳେ ଆକର୍ଷଣୀୟ ପୂଜାମଣ୍ଡପ, ରଙ୍ଗବେରଙ୍ଗର ଆଲୋକସଜ୍ଜା, ସ୍ୱତନ୍ତ୍ର ତୋରଣ, ଚଣ୍ଡୀପାଠ, ଘଣ୍ଟଖୋଳ ଓ ଶଙ୍ଖନାଦ ସାଙ୍ଗକୁ ଦୀପପ୍ରଜ୍ୱଳନ ଓ ସନ୍ଧ୍ୟା ସମୟରେ ଆଳତୀ କାର୍ଯ୍ୟକ୍ରମ ସମଗ୍ର ପରିବେଶକୁ ଭକ୍ତିଳ କରିଦେଉଛି । ମା’ ଶ୍ୟାମାକାଳୀ ପୂଜା ମଣ୍ଡପ ନିକଟରେ ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ ଜମୁଥିବା ଦେଖିବାକୁ ମିଳୁଛି । ଝିଲିମିଲି ଆଲୋକମାଳାରେ ସମଗ୍ର ଅଞ୍ଚଳ ଝଲସି ଉଠୁଥିବା ବେଳେ ପାରମ୍ପରିକ ରୀତିନୀତି ଅନୁଯାୟୀ ଏହି ପୂଜାକୁ ସଂପନ୍ନ କରିବା ଲାଗି ଅୟୋଜକଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଥିବା ଜଣାପଡିଛି । ମହାମାୟା ମା’ କାଳୀଙ୍କ ଧରାପୃଷ୍ଠକୁ ଆଗମନରେ ସମଗ୍ର ଚିନିଶିଳ୍ପ ନୂଆଗାଁ ଉତ୍ସବମୁଖର ହୋଇପଡିଥିଲା ବେଳେ ଗ୍ରାମବାସୀଙ୍କ ମଧ୍ୟରେ ଧାର୍ମିକ ଭାବନା ସୃଷ୍ଟି ହୋଇଛି । ଚିନିଶିଳ୍ପ ନୂଆଗାଁର ସାର୍ବଜନୀନ ମା’ ଶ୍ୟାମାକାଳୀ ପୂଜା ସପ୍ତଦଶତମ ବର୍ଷରେ ପଦାର୍ପଣ କରିଥିଲା ବେଳେ ମା’ ଶ୍ୟାମାକାଳୀଙ୍କ ମୃଣ୍ମୟୀ ମୂର୍ତ୍ତି ବେଶ ମନଲୋଭା ହୋଇଥିବା ଶ୍ରଦ୍ଧାଳୁ ଭକ୍ତଙ୍କ ମହଲରେ ଆଲୋଚିତ ହେଉଛି । ଚିନିଶିଳ୍ପ ନୂଆଗାଁ ମା ଶ୍ୟାମାକାଳୀ ପୂଜା ପରିଚାଳନା କମିଟିର ସଭାପତି ନିରଂଜନ ନାୟକ, ଅଧ୍ୟାତ୍ମିକପ୍ରେମୀ ରଂଜନ କୁମାର ନାହାକ, ସନ୍ତୋଷ କୁମାର ପରିଡା, ରଘୁନାଥ ପରିଡା, ସୁଦର୍ଶନ ନାହାକ, ପଂଚାନନ ନାହାକ, ଭଗବାନ ପରିଡା, ବିଶ୍ୱଜିତ୍‍ ସ୍ୱାଇଁ, କଳ୍ପତରୁ ପ୍ରଧାନ, ପରିକ୍ଷିତ ନାହାକ, ବାସୁଦେବ ନାହାକ, କାର୍ତ୍ତିକ ନାହାକ, ଗଣେଶ ନାୟକଙ୍କ ସମେତ ଗ୍ରାମବାସୀଙ୍କ ସକ୍ରିୟ ସହଯୋଗରେ ଏହି ମା ଶ୍ୟାମାକାଳୀଙ୍କ ପୂଜା ପାଳିତ ହୋଇଥିବା ଦେଖିବାକୁ ମିଳୁଛି । ଅଭିଜ୍ଞ ବିଦ୍ୱାନ ପଣ୍ଡିତ ପ୍ରଦୀପ କୁମାର ହୋତା ଓ ସହଯୋଗୀ ପଣ୍ଡିତ ସମୀର କୁମାର ପଣ୍ଡା, ଅଜିତ୍‍ କୁମାର ହୋତା, ରତ୍ନାକର ଶତପଥୀଙ୍କ ମନ୍ତ୍ରୋଚାରଣରେ ଚିନିିଶିଳ୍ପ ନୁଆଗାଁର ଭାଗବତ ସାହି (ବଡସାହି) ର ଅସ୍ଥାୟୀ ମଣ୍ଡପରେ ପୂଜା ପାଉଥିବା ମା ଶ୍ୟାମାକାଳୀଙ୍କ ପୂଜା ପାଇଁ ସ୍ଥାନୀୟ ଅଞ୍ଚଳର ଉତ୍ସବମୁଖର ହୋଇପଡିଥିବା ଦେଖିବାକୁ ମିଳୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ