ଶ୍ୟାମାଶ୍ୟାମା ଧାମ ତରଫରୁ ଆପୋଲ ଛକରେ ଜଳସେବା କେନ୍ଦ୍ରର ଶୁଭ ଉଦ୍ଘାଟନ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଆଜି ଭୁବନେଶ୍ୱର ଜୟଦେବ ବିହାରସ୍ଥିତ ‘କୃପାଳଜୀ ମହାରାଜ’ଙ୍କ ଦ୍ୱାରା ପ୍ରତିଷ୍ଠିତ ଶ୍ୟାମାଶ୍ୟାମ ଧାମ ଆନୁକୂଲ୍ୟରେ ଏକ ଦାତବ୍ୟ ଜଳସେବା କେନ୍ଦ୍ର ଆପୋଲ ହସ୍ପିଟାଲ ସମ୍ମୁଖସ୍ଥ ବସ୍ ଷ୍ଟପ୍ ନିକଟରେ ଶୁଭ ଉଦ୍ଘାଟନ ହୋଇଯାଇଛି । ‘ଶ୍ୟାମାଶ୍ୟାମ ଧାମ’ର ତତ୍ତ୍ୱାବଧାରକ ସ୍ୱାଧୀ ବ୍ରଜକେଶରୀ ଦେବୀଙ୍କ ଦିଗ୍ଦର୍ଶନରେ ଉଦ୍ଘାଟିତ ଏହି ‘ଜଳସେବା କେନ୍ଦ୍ର’ ଭୁବନେଶ୍ୱର ମହାନଗର ନିଗମ ସହଯୋଗରେ ପରି•ଳିତ ହେଉଛି । ଏହି ଜଳସେବା କେନ୍ଦ୍ରଟି ଅଂଶୁବାଧିତ ତୃଷାର୍ତ୍ତ ଲୋକମାନଙ୍କ ତୃଷ୍ଣା ନିବାରଣ ପାଇଁ ପ୍ରାୟ ୪୫ ଦିନବ୍ୟାପୀ ‘ଜଳସେବା’ ପ୍ରଦାନ କରାଯିବ ବୋଲି ଆୟୋଜକ ବିଜୟ ଦାସଙ୍କ ଠାରୁ ପ୍ରକାଶ । ଉଦ୍ଘାଟନ ଉତ୍ସବରେ ‘ଶ୍ୟାମାଶ୍ୟାମ ଧାମ’ ଟ୍ରଷ୍ଟର ସମ୍ପାଦକ ଚୌଧୁରୀ ଚିତ୍ତରଞ୍ଜନ ଦାସଙ୍କ ନେତୃତ୍ୱରେ ସର୍ବଶ୍ରୀ ଶରତ ମିଶ୍ର, ଚିନ୍ତାମଣି ବେହେରା, ବିଜୟ ଦାସ, ମନୋରଞ୍ଜନ ମହାନ୍ତି, ନାମଦେବ ପାଟିଲ, ଘନଶ୍ୟାମ ପରିଡ଼ା, ବ୍ରଜବିହାରୀ ସାହୁ, ବିଷ୍ଣୁଚରଣ ବଳ, ମନୋଜ ବାଇ, ସୁଶ୍ରୀ ରାମଶ୍ରୀତା ରାମେଶ୍ୱରୀ, ଶ୍ରୀମତୀ ରଞ୍ଜିତା ସାହୁ ପ୍ରମୁଖ ଉପସ୍ଥିତ ରହି ଲୋକମାନଙ୍କୁ ଦହି ସର୍ବତ ଓ ଥଣ୍ଡାପଣି ବିତରଣ କରିଥିଲେ । ସମଗ୍ର କାର୍ଯ୍ୟକ୍ରମଟିକୁ ସମାଜସେବୀ ମନୋରଞ୍ଜନ ମହାନ୍ତି ପରି•ଳନା କରିଥିଲେ । ଉଲ୍ଲେଖଯୋଗ୍ୟ ବିଭିନ୍ନ ଦିନମାନଙ୍କରେ ଜଳସେବା କେନ୍ଦ୍ରରେ ଦହିରେ ପ୍ରସ୍ତୁତ ଚହ୍ଲା, ବେଲ ପଣା ଓ ଥଣ୍ଡାଜଳ ଇତ୍ୟାଦି ବଣ୍ଟନ କରାଯିବାର ବ୍ୟବସ୍ଥା କରାଯାଇଛି ।