ଶ୍ୱେତପଦ୍ମା ସାହିତ୍ୟ ସଂସଦର ଶୁଭ ଉଦ୍ଘାଟନ
ବ୍ରହ୍ମପୁର,(ଅନିଲ କୁମାର):ଦକ୍ଷିଣାଞ୍ଚଳର ସାଂସ୍କୃତିକ ପ୍ରାଣକେନ୍ଦ୍ର ବ୍ରହ୍ମପୁର ସହରରେ ଏକ ନୂତନ ସାହିତ୍ୟାନୁଷ୍ଠାନ ଜନ୍ମଲାଭ କରିଛି l ଆଜି ଅପରାହ୍ଣରେ ଏକ ଭବ୍ୟ ବାତାବରଣ ମଧ୍ୟରେ ସ୍ଥାନୀୟ କ୍ଷୁଦ୍ର ଜଳସେଚନ ବିଭାଗ ସମ୍ମେଳନ କକ୍ଷରେ ଆୟୋଜିତ ଉତ୍ସବରେ ‘ଶ୍ୱେତପଦ୍ମା ସାହିତ୍ୟ ସଂସଦ’ର ଶୁଭ ଉଦ୍ଘାଟନ କରାଯାଇଛି l
ଡ. ଶ୍ୟାମାପ୍ରସାଦ ମିଶ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ବିଶିଷ୍ଟ ନାଟ୍ୟକାର ମେଜର୍ ରମାରମଣ ପାଢ଼ୀ ଉଦ୍ଘାଟକ ରୂପେ ଯୋଗଦେଇ ବୁଦ୍ଧ ପୂର୍ଣ୍ଣିମା ଓ ବୁଦ୍ଧଦେବଙ୍କ ଜୀବନାଦର୍ଶ ସଂପର୍କରେ ଆଲୋକପାତ କରିଥିଲେ l ଉଦ୍ଘାଟନୀ ଉତ୍ସବରେ ବୌଦ୍ଧଚକ୍ରର ପ୍ରତିଷ୍ଠାତା କବି ଓ ସ୍ତମ୍ଭକାର ଇଂ ଡ. ସଞ୍ଜୟ କୁମାର ପଣ୍ଡା, ବାଲେଶ୍ୱରର ବିଶିଷ୍ଟ ପ୍ରକାଶକ କବି କାଳୀପଦ ପଣ୍ଡା, ଏସ୍.ବି.ଆର୍. ସରକାରୀ ମହିଳା ସ୍ୱୟଂଶାସିତ ମହାବିଦ୍ୟାଳୟ ଓଡ଼ିଆ ବିଭାଗ ମୁଖ୍ୟ ଅଧ୍ୟାପକ ଶାନ୍ତନୁ ସୁନା, ଚିକିଟି ମହାବିଦ୍ୟାଳୟ ଓଡ଼ିଆ ବିଭାଗ ମୁଖ୍ୟ ଡ. ସଞ୍ଜୟ କୁମାର ପଣ୍ଡା ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗଦେଇ ସାଂପ୍ରତିକ ଓଡ଼ିଆ ସାହିତ୍ୟର ସ୍ଥିତି ଓ ଭବିଷ୍ୟତ ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ l ଏହି ଅବସରରେ ସଂସଦର ମୁଖପତ୍ର ‘ସୁମନା ଶ୍ୱେତପଦ୍ମା’ ଅତିଥିମାନଙ୍କ କରକମଳରେ ଲୋକାର୍ପିତ ହୋଇଥିଲା l ସଂସଦ ପକ୍ଷରୁ ମଞ୍ଚାସୀନ ଅତିଥିମାନଙ୍କୁ ପୁଷ୍ପ ସ୍ତବକ ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା l
ସଂସଦର ସଭାପତି ବିଜୟ କୁମାର ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ପାଦିକା ସୌଦାମିନୀ ମିଶ୍ର (ଦାଶ) ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିଲେ l ପ୍ରାରମ୍ଭରେ ବନ୍ଦନା ମିଶ୍ରଙ୍କ ବୈଦିକ ମନ୍ତ୍ରୋଚ୍ଚାରଣ ମଧ୍ୟରେ ଶ୍ରୀଜଗନ୍ନାଥ ଓ ବାଗ୍-ଦେବୀ ସରସ୍ବତୀଙ୍କ ପ୍ରତିକୃତି ସମ୍ମୁଖରେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା l ସତ୍ୟମ୍ ଆଚାରୀ ଭଜନ ଗାନ କରିଥିଲେ l ଚିରସ୍ମିତା ରଥ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ l
ଦ୍ଵିତୀୟ ଅଧିବେଶନରେ ସୁଖ୍ୟାତ କବି ଓ ସମାଲୋଚକ ଡ. କୁଳମଣି ଓଝା ପୌରୋହିତ୍ୟ କରିଥିଲେ l କବି ନୀଳକଣ୍ଠ ସାହୁ ଓ ଡ. ଗୀତାଶ୍ରୀ ପ୍ରିୟମ୍ବଦାଙ୍କ ମିଳିତ ସଂଯୋଜନାରେ ସଂଚାଳିତ କବିତା ପାଠୋତ୍ସବରେ ଚାଳିଶରୁ ଊର୍ଦ୍ଧ୍ଵ କବି ଓ କବୟିତ୍ରୀ ସ୍ୱରଚିତ କବିତା ଆବୃତ୍ତି କରିଥିଲେ l ଉକ୍ତ କବିତା ପାଠୋତ୍ସବରେ ଲିଙ୍ଗରାଜ ଜେନା, ମନୋରଞ୍ଜନ ପାଣିଗ୍ରାହୀ, ଭାଗ୍ୟଲକ୍ଷ୍ମୀ ମହାରଣା, ଡ. ବନମାଳୀ ପାଣିଗ୍ରାହୀ, ଡ. ବିଧୁପ୍ରଭା ରଥ, ଡ. ସରୋଜକାନ୍ତ ରଥ, ଦେବାଶିଷ ଦାଶ, ଟି. କାଳୀପ୍ରସାଦ ରାଓ, ମନମୋହନ ରଥ, ବେଙ୍କଟ ବିହାରୀ ପ୍ରହରାଜ, ଅରୁଣ ମୋହନ ପାତ୍ର, ମନୋଜ ପାଣିଗ୍ରାହୀ, ସୌଦାମିନୀ ମିଶ୍ର (ଦାଶ), ପ୍ରମୋଦ କୁମାର ପଣ୍ଡା, ବନ୍ଦନା ମିଶ୍ର, ପଦ୍ମାଳୟା ପାଢ଼ୀ, ଦୀପକ ଷଡ଼ଙ୍ଗୀ, ଗୋକୁଳ ତ୍ରିପାଠୀ, ବି. ସତ୍ୟମ୍ ଆଚାରୀ, ମଧୁସୂଦନ ସାମନ୍ତରାୟ, ଇଂ ଆଶୁତୋଷ ପାତ୍ର, ଇଂ ପ୍ରଫୁଲ୍ଲ କୁମାର ତ୍ରିପାଠୀ, ସୁନୀଲ କୁମାର ଗୌଡ଼, ବଂଶୀଧର ସେଠୀ, ସସ୍ମିତା ପାଣିଗ୍ରାହୀ, ଜ୍ୟୋତ୍ସ୍ନାରାଣୀ ଦେବୀ, ହୃଷୀକେଶ ଦାଶ, ଡ. ସନ୍ତୋଷ କୁମାର ଦାଶ, ଅମିତା ମିଶ୍ର (ଦାଶ), ଡା. ମୀରାବାଇ ପଣ୍ଡା, ନୀହାରିକା ସାହୁ, ହରପ୍ରିୟା ସାହୁ, ମନୋଜ କୁମାର ପାଢ଼ୀ, ମିହିର କୁମାର ରଥଶର୍ମା, ରଞ୍ଜିତାରାଣୀ ଦାଶ, ଗାୟତ୍ରୀ ପାଣିଗ୍ରାହୀ, ଡ. କୁଳମଣି ଓଝା, ନୀଳାଦ୍ରି ବିହାରୀ ମହାପାତ୍ର, ପାରଦ କୁମାର ପାଢ଼ୀ, ଲାଲ ବାହାଦୁର ପଟ୍ଟନାୟକ, ପ୍ରସନ୍ନ କୁମାର ସାହୁ, ଡ. ବୃଷକେତୁ ଦାଶ, ପଦ୍ମିନୀ ମିଶ୍ର, ଡ. ହରିକୃଷ୍ଣ ନାୟକ ପ୍ରମୁଖ ସ୍ୱରଚିତ କବିତା ଆବୃତ୍ତି କରିଥିଲେ l ଶେଷରେ ସଂସଦର ଉପ-ସଭାପତି ବଂଶୀଧର ସେଠୀ ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ l