ଶୟନ ଶଯ୍ୟାରେ ଜଙ୍ଗଲି, ବେଧଡକରେ ଚାଲିଛି ଗଛ କଟା
ଥୁଆମୂଳ ରାମପୁର,(ରଥ ଦୁରିଆ): କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ବ୍ଲକ ସାଇସୁର୍ଣି ରେଞ୍ଜ ତଳ ଆମପଦର ଗ୍ରାମ ପଞ୍ଚାୟତ ଖାକେଶ ବିଟ୍ କାଶିପୁର କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ପାଖ ଖରସ୍ପା ଜଙ୍ଗଲ ରେ ଚାଲିଛି ବେଧଡକ ଭାବେ ବଡ଼ ବଡ଼ ବୃକ୍ଷ କଟା। ଏହି ଜଙ୍ଗଲ ରେ ୫୦ ରୁ ୧୦୦ ବର୍ଷ ର ଗଛ ଥିବାବେଳେ ନାନାଦି ପ୍ରକାର ବୃକ୍ଷ ରେ ଭର ପୁର ଥିଲା । ଖାକେସ ରୁ ଗୁଣପୁର ଯିବାକୁ ଏହି ଜଙ୍ଗଲ ବାଟ ଦେଇ ଯିବା ପାଇଁ ଦିନ ଲୋକେ ଡରୁଥିଲେ ଏତେ ଘଞ୍ଚ ଅରଣ୍ୟ ଥିଲା । ଖରସ୍ପା ଜଙ୍ଗଲ କହିଲେ ଲୋକେ ଭୟରେ ଥରୁଥିଲେ,ବର୍ତ୍ତମାନ ତାହାର ଅସ୍ତିତ୍ବ ହରେଇ ବସିଲାଣି । ରାସ୍ତା କଡ଼ ରେ ଜଙ୍ଗଲ ଥାଇ ମଧ୍ୟ ଜଙ୍ଗଲ ବିଭାଗର ଦୃଷ୍ଟି ଗୋଚର ହେଉନାହିଁ । କେବେ ଶୟନ ଶଯ୍ୟା ରୁ ଉଠିବେ ଜଙ୍ଗଲ ବିଭାଗ ହଜାର ହଜାର ଗଛ ନଷ୍ଟ ହେଉଥିଲେ ମଧ୍ୟ ନ ଜାଣିଲା ଭଳି ନୀରବ ରହୁଛନ୍ତି ଜଙ୍ଗଲି ଅଫିସର । କେବେ ଚେତିବ ଆଉ ସୁରକ୍ଷା ଦେବ ବଣ ଜଙ୍ଗଲ କୁ । କେବଳ ଖରାଦିନ ଆସିଲେ ନିଆଁ ଦାଉରୁ ଜଙ୍ଗଲ ରକ୍ଷା କଲେ ଲାଭ କଣ ? ଯଦି ଦିନକୁ ଦିନ ବଣ ଜଙ୍ଗଲ ନଷ୍ଟ ହେବାକୁ ଦେଉଥିଲେ । ନା ଅଛି ଜଙ୍ଗଲ ସୁରକ୍ଷା ର ଚିନ୍ତା ନା ଅଛି ଜଙ୍ଗଲ ସୃଷ୍ଟି କରିବାର ଚିନ୍ତା । କେବଳ ଫୋଟ ରେ ଜଙ୍ଗଲ ସଜାଡ଼ିବା ଓ ବାଃ ବାଃ ନେବା ସରକାର ଜଙ୍ଗଲ ସୁରକ୍ଷା ନା ବିଭିନ୍ନ ଆଇନ ଏବଂ ଯୋଜନା ଉପରେ ଯୋଜନା କରିଚାଲିଥିବା ବେଳେ ଫେଲ ମାରୁଚି ଜଙ୍ଗଲ ସୁରକ୍ଷା। ଜଙ୍ଗଲ ବିଭାଗ ଏତେ ଦୁର୍ବଳ କଣ ପାଇଁ କାହିଁକି ଏତେ ଜଙ୍ଗଲ ନଷ୍ଟ ହେଉଛି ଏହା ପଛରେ ଦାଇ କିଏ । ମୁଖ୍ୟ ରାସ୍ତା ଜଙ୍ଗଲ କଟା ରେ କାହିଁକି ପଡୁନି ଫରେଷ୍ଟ ଅଫିସର ଙ୍କ ନଜର । ଏମିତି ଯଦି ହୁଏ ତେବେ ଗୋଟିଏ ସପ୍ତାହ ମଧ୍ୟରେ ଜଙ୍ଗଲ ସଫା ହୋଇଯିବା ଆଶଙ୍କା ଅଛି । ଦିନେ ଥୁଆମୂଳ ରାମପୁର ଭାରତର ଦ୍ଵିତୀୟ କାଶ୍ମୀର କୁହାଯାଉଥିବା ବେଳେ ଏହା ତାହାର ପରିଚୟ ହଜେଇବାକୁ ବସିଲାଣି । ଏହା ବୃକ୍ଷ ନଷ୍ଟ ର କାରଣ ନୁହେଁ ତ ଆଉ କଣ । ତେବେ ଦେଖିବାକୁ ବାକି ରହିଲା କେବେ ଜଙ୍ଗଲି ବିଭାଗ ଏହାର ପଦକ୍ଷେପ ନେଉଛନ୍ତି ।


