ଷଡଙ୍ଗ ଓ ଶାଳକଣିଆଁରେ ବିଜେପିର ମିଶ୍ରଣପର୍ବ
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଷଡଙ୍ଗ ଓ କଳିଗାଁ ପଞ୍ଚାୟତର ଶାଳକଣିଆଁ ଠାରେ ବିଜେପିର ସାଂଗଠନିକ ବୈଠକ ଓ ମିଶ୍ରଣପର୍ବ ଅନୁଷ୍ଠିତ ହୋଇଯାଇଛି । ଏଥିଲାଗି ବରିଷ୍ଠ ବିଜେପି ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଆଲୋକ ସେଠୀଙ୍କ ନେତୃତ୍ୱରେ ସାଂଗଠନିକ ବୈଠକ ବସି ଦଳର ଆଗାମି ଦିନର କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯିବା ସହିତ ସରକାରଙ୍କ ବିଭିନ୍ନ ଯୋଜନାରେ ହେଉଥିବା ବାଟମାରଣା ଓ ଦୁର୍ନୀତି ସମ୍ପର୍କରେ ଆଲୋଚନା କରାଯାଇ ଏହାର ଦୃଢ଼ ବିରୋଧ କରାଯିବାକୁ ନିଷ୍ପତି ହୋଇଥିଲା । ଏହି ବୈଠକରେ ଆଲୋକ ସେଠୀଙ୍କ ସହିତ ମଣ୍ଡଳ ସଭାପତି ବଳଭଦ୍ର ବାରିକ, ସାଧାରଣ ସମ୍ପାଦକ ଅଧର ବେହେରା, ବରିଷ୍ଠ ତୋ ରମାକାନ୍ତ ସାହୁ, ଜଗନ୍ନାଥ ବାରିକ, ରମାକାନ୍ତ ପଢ଼ିଆରୀ, ବାବାଜି ମାଝୀ, ଲକ୍ଷ୍ମୀ ନାରାୟଣ ଦାସ ପ୍ରମୁଖ ଯୋଗଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଷଡଙ୍ଗରେ କମଳ ଲୋଚନ ଜେନାଙ୍କ ନେତୃତ୍ୱରେ ଭାଗିରଥି ଜେନା, ପ୍ରଫୁଲ ଜେନା, ପ୍ରମୋଦ ଜେନା, ଦେବବ୍ରତ ଖଣ୍ଡେଇ, କାର୍ତ୍ତିକ ଜେନାଙ୍କ ସମେତ ଅନେକ ବ୍ୟକ୍ତି କଂଗ୍ରେସ ଓ ବିଜେଡି ଛାଡି ଭାରତୀୟ ଜନତାପାର୍ଟିରେ ଯୋଗଦେଇଥିଲେ । ସେହିପରି କଳିଗାଁରେ ବିଷ୍ଣୁ ପ୍ରସାଦ କର, ଆନନ୍ଦ ଚନ୍ଦ୍ର ମଲ୍ଲିକ, ବାଇଧର ପାତ୍ର, ତପନ ଜେନା, ତଉଲା ଜେନା, ସୁଶାନ୍ତ ଜେନା, ମିଥୁନ ଜେନା, କଣ୍ଡ୍ରା ପୃଷ୍ଟି, ଲକ୍ଷ୍ମୀଧର ଦାସ, ବଳିଆ ଜେନାଙ୍କ ସମେତ ଅନେକ ବ୍ୟକ୍ତି କଂଗ୍ରେସ ଓ ବିଜେଡି ଛାଡି ବିଜେପିରେ ଯୋଗଦେଇଥିଲେ ।


