ଷଡଙ୍ଗ କଲେଜ ପଛପଟୁ ନରକଙ୍କାଳ ଠାବ, ପୁଲିସର ତଦନ୍ତ ଜାରି

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଷଡଙ୍ଗ କଲେଜ ପଛପଟୁ ଏକ ନରକଙ୍କାଳ ଠାବ ହୋଇଛି । ଆଜି କିଛି ଛେରି ଚଳାଳି ସେହିପଟେ ଛେଳି ଚରାଉଥିବାବେଳେ ଏହି କଙ୍କାଳକୁ ଦେଖିଅନ୍ୟ ଲୋକଙ୍କୁ ଜଣାଇବାରୁ ସେଠ।।ର ଶହଶହ ଲୋକଙ୍କ ଭିଡ ଜମିଥିଲା । ପାରିପାଶ୍ୱର୍ିକ ପରିସ୍ଥିତିରୁ ଏହା କୌଣସି ଯୁବତୀଙ୍କ ନରକଙ୍କାଳ ବୋଲି ସନ୍ଦେହ ହୋଇଛି । କଙ୍କାଳର ଅସ୍ଥି ଗୁଡିକ ଏଣେତେଣେ ପଡିଥିବାବେଳେ ସେଠାରେ ଏକ ଜ୍ୟାକେଟ, ଓଢ଼ଣି, ପାଉଁଜି ଆଦି ପଡିଥିବାରୁ ଏହା କୌଣସି ଯୁବତୀଙ୍କ କଙ୍କାଳ ବୋଲି ସନ୍ଦେହ କରାଯାଉଛି । ଖବରପାଇ ନନ୍ଦିପଦା ଥାନା ଆଇଆଇସି ଗଗନ ବିହାରୀ ବିଶ୍ୱାଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ସେ କହିଛନ୍ତି ଯେ ଏହା ଜଣେ ବୟସ୍କ ମହିଳାଙ୍କର ବୋଲି ଅନୁମାନ କରାଯାଉଛି, ଶରୀରର ଅସ୍ଥି, ଖପୁରୀ ଗୁଡିକ ଏଣେ ତେଣେ ପଡିଥିବା ଓ ଏହା ୨/୩ମାସ ପୁର୍ବର ମୃତଦେହ ହୋଇଥିବା ଅନୁମାନ କରୁଛନ୍ତି ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ