ଷଣ୍ଢକୁ ଧକ୍କା ଦେଇ ବାଇକ ଆରୋହୀ ଗୁରୁତର

ହାଟଡିହି, (ବିକାଶ ବିଶ୍ୱାଳ) :-ଆନନ୍ଦପୁର-ଭଦ୍ରକ ରାସ୍ତାର ଛେନାପଦି ଛକ ନିକଟରେ ଷଣ୍ଢକୁ ଧକ୍କା ଦେଇ ଜଣେ ବାଇକ ଆରୋହୀ ଗୁରୁତର ଆହତ ହୋଇଛନ୍ତି । ଆହତ ଜଣକ ଘର ଡଙ୍କୁରୀ ଗ୍ରାମରେ ବୋଲି ଜଣାଯାଇଛି । ଆହତ ବ୍ୟକ୍ତ ଜଣକ ଗୋଟିଏ ବାଇକ ପଛରେ ବସି ଯାଉଥିବାବେଳେ ରାସ୍ତାରେ ଠିଆ ହୋଇଥିବା ଏକ ଷଣ୍ଢ ସହିତ ଧକ୍କା ହୋଇଥିଲା । ଫଳରେ ପଛରେ ବସିଥିବା ଏହି ବ୍ୟକ୍ତି ଜଣକ ତଳେ ପଡିଯିବାରୁ ତାଙ୍କ ମୁଣ୍ଡରେ କ୍ଷତ ହେବାସହ ଗୁରୁତର ଆହତ ହୋଇଛନ୍ତି । ସ୍ଥାନୀୟ ଲୋକମାନେ ତାଙ୍କୁ ଆମ୍ବୁଲାନସ ଯୋଗେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ