ଷତ୍ରିୟବରପୁର ନୋଡ଼ାଲ୍ ଉଚ୍ଚ ବିଦ୍ୟାଳୟରେ ୭୮ ତମ ବାର୍ଷିକ କ୍ରୀଡା ଉତ୍ସବ ଉଦ୍ଘାଟିତ
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା କ୍ଷତ୍ରିୟବରପୁର ନୋଡ଼ାଲ୍ ଉଚ୍ଚ ବିଦ୍ୟାଳୟରେ ୭୮ ତମ ବାର୍ଷିକ କ୍ରୀଡା ଉତ୍ସବ ଉଦ୍ଘାଟିତ ହୋଇଯାଇଛି I ଆଜିର ଉଦ୍ଘାଟନୀ ଉତ୍ସବରେ ସ୍ଥାନୀୟ ସରପଞ୍ଚ କମଳ କୁମାରୀ ପ୍ରଧାନ, ସମାଜସେବୀ ମହାନ୍ତ ରାମକୃଷ୍ଣ ଦାସ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ I ଏହି ଅବସରରେ ବିଦ୍ୟାଳୟର ବାଳକ ଓ ବାଳିକା ବିଭାଗରେ ଉଭୟ କନିଷ୍ଠ ଏବଂ ବରିଷ୍ଠ ବର୍ଗରେ ଲମ୍ବଡ଼ିଆଁ,ଉଚ୍ଚ ଡ଼ିଆଁ, ଦୌଡ଼, କବାଡ଼ି, ଖୋ ଖୋ ଇତ୍ୟାଦି ଖେଳ ଅନୁଷ୍ଠିତ ହୋଇଥିଲା I ପ୍ରଧାନ ଶିକ୍ଷୟିତ୍ରୀ ରଶ୍ମିତା କୁମାରୀ ସାହୁଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ କ୍ରୀଡ଼ା ଶିକ୍ଷୟିତ୍ରୀ ପୁଷ୍ପାଞ୍ଜଳି ଦେବୀ,ବିରାଜିନୀ ରାଉତ,ଅବସରପ୍ରାପ୍ତ ସନାତନ ନାୟକ ଖେଳ ପରିଚାଳନା କରିଥିଲେ I ଶିକ୍ଷକ ଜୟରାମ ବିଶ୍ୱାଳ,ଶ୍ୟାମଘନ ଗୌଡ଼,ସୁରେନ୍ଦ୍ର ରଇତ, ଗୀତାଞ୍ଜଳୀ ନାୟକ,ଅନୀତା ସେଠୀ ଏବଂ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀମାନେ ପ୍ରତିଯୋଗିତା ପରିଚାଳନାରେ ସହଯୋଗ କରିଥିଲେ I


