ଷଷ୍ଠଦିନରେ ପହଞ୍ଚିଲା ଆମ ମେଡିକାଲ ଆମକୁ ଫେରାଅ ଦାବିରେ ଗଣଧାରଣା
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡାର ପୁରୁଣା ମେଡିକାଲକୁ ସିଟି ହସପିଟାଲ କରିବା ଦାବିରେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଲିଥିବା ରିଲେ ଗଣଧାରଣା ଷଷ୍ଠ ଦିନରେ ପହଞ୍ଚିଛ । ଗତ ୨୪ତାରିଖରୁ ଆରମ୍ଭ ହୋଇଥିବା ରିଲେ ଗଣଧାରଣାକୁ ବିଭିନ୍ନ ବର୍ଗ ଓ ବିଶିଷ୍ଟବ୍ୟକ୍ତି ମାନଙ୍କର ସମର୍ଥନର ସୁଅ ଛୁଟୁଛି । ବିଭିନ୍ନ ବିରୋଧୀ ରାଜନୈତିକ ଦଳର କର୍ମକର୍ତ୍ତା ସମର୍ଥନ ଦେଇଥିବା ବେଳେ ସମାଜର ବିଭିନ୍ନ ବର୍ଗର ବିଶିଷ୍ଟ ବ୍ୟକ୍ତିମାନେ ସରକାର ଓ ଜିଲ୍ଲା ପ୍ରଶାସନର ମେଡିକାଲକୁ ଉଠାଇନେଇ ସମ୍ପୂର୍ଣ୍ଣ ଅଚଳ କରିଦେବାକୁ ବିରୋଧ କରି ଆନ୍ଦୋଳନରେ ସାମିଲ ହୋଇ ବକ୍ତବ୍ୟ ରଖିଥିଲେ । ସବୁଠାରୁ ଦୁର୍ଭାଗ୍ୟ ଜନକ କଥା ହେଉଛି ଅର୍ଭୁତପୂର୍ବ କେନ୍ଦ୍ରାପଡା ବନ୍ଦ ସଫଳ ହେବା ସହିତ ୬ଦିନଧରି ଆନ୍ଦୋଳନ ଚାଲିଥିଲେବି ଜିଲ୍ଲାର କୈାଣସି ଉଚ୍ଚ ପଦସ୍ଥ ଅଧିକାରୀ ବା ଜିଲ୍ଲାର କୈାଣସି ବିଧାୟକ ଓ ଲୋକ ପ୍ରତିନିଧି ଏପର୍ଯ୍ୟନ୍ତ ଆନ୍ଦୋଳନ ସ୍ଥଳରେ ପହଞ୍ଚି ଶାନ୍ତ୍ୱନା ଟିକିଏ ଦେଇ ନାହାନ୍ତି ବୋଲି ଆନ୍ଦୋଳନକାରୀମାନେ ଅଭିଯୋଗ କରିଛନ୍ତି । ପୁରୁଣା ମେଡିକାଲରେ ସ୍ୱାସ୍ଥ୍ୟସେବା ଯୋଗାଇ ନଦେଲେ ଆନ୍ଦୋଳନ ଚାଲୁ ରହିବ ବୋଲି ବକ୍ତାମାନେ ସତର୍କ କରାଇ ଦେଇଥିଲେ । ଏହି ଉପଲକ୍ଷେ ଅନୁଷ୍ଠିତ ରିଲେଧାରଣାରେ କାଉନସିଲର ରଶ୍ମୀତା ସିଂ, ଜୟନ୍ତୀ ପାଣି, ସେକ ଅସଲମ, ପୂର୍ବତନ କାଉନସିଲର ମୁକ୍ତାର ଖାଁ, ହିବଜୁର ରହେମାନ, ସୈାମେନ୍ଦ୍ର ପୃଷ୍ଟି, ପ୍ରଶାନ୍ତ କୁମାର ସିଂ, ହେମନ୍ତ ଜେନା, ସି.ପି.ଆଇ. ଜିଲ୍ଲା ସମ୍ପାଦକ ରମଣୀରଞ୍ଜନ ରାଉତରାୟ, ସିପିଏମ ଜିଲ୍ଲା ସମ୍ପାଦକ ଗୟାଧର ଧଳ, ଆଦିକନ୍ଦ ରାଉଳ,ବିଜୟ ଦାସ, ଦାଶରଥି ସାହୁ, ସାଗରିକା ଦାସ, ସଲିମା ବେଗମ, ପୁଲନା ବିବି, ରିହାନା ବିବି, ମଞ୍ଜୁଲତା ସାହୁ, ଅନନ୍ତ କୁମାର ସ୍ୱାଇଁ, ସେକ ହାପିଜୁଲ୍ଲା, ଜଗତଜୀବନ ଦାଶ, ପୂର୍ବତନ ନଗରପାଳ ମହମ୍ମଦ ଆକବର ଅଲ୍ଲୀ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ ।


