ଷଷ୍ଠ କୋଣାର୍କ ପୁସ୍ତକ ମେଳା ନିମନ୍ତେ ପ୍ରସ୍ତୁତି ବୈଠକ
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):କୋଣାର୍କ ଉତ୍ସବ ପରିପ୍ରେକ୍ଷୀରେ ଅଗ୍ରଣୀ ସାମାଜିକ ସଂଗଠନ ଅର୍କଶ୍ରୀ ଓ କୋଣାର୍କ ପୁସ୍ତକ ମେଳା ପରିଚାଳନା କମିଟି ମିଳିତ ଆନୁକୁଲ୍ୟରେ ଷଷ୍ଠ ପୁସ୍ତକ ମେଳା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଖବରରୁ ପ୍ରକାଶ ଯେ କୋଣାର୍କ ଉତ୍ସବ ପରିପ୍ରେକ୍ଷୀରେ ସାମାଜିକ ସଂଗଠନ ଅର୍କଶ୍ରୀ ଓ ପୁସ୍ତକ ମେଳା ପରିଚାଳନା କମିଟି ମିଳିତ ଆନୁକୁଲ୍ୟରେ ପର୍ଯ୍ୟଟନ ବିଭାଗ ସହଯୋଗରେ ୫ଦିନିଆ ପୁସ୍ତକ ମେଳା ଆସନ୍ତା ଡିସେମ୍ବର ୧ତାରିଖ ଠାରୁ ଆରମ୍ଭ ହୋଇ ୫ ଡିସେମ୍ବର ପର୍ଯ୍ୟନ୍ତ ଚାଲିବ। ଏହି ଉପଲକ୍ଷେ କୋକୋ କିଂଗ ପରିସରରେ ଅନୁଷ୍ଠିତ ଚୁଡାନ୍ତ ପ୍ରସ୍ତୁତି ବୈଠକରେ ଅର୍କଶ୍ରୀର ସଂପାଦକ ଉମେଶ ଚନ୍ଦ୍ର ସ୍ଵାଇଁ, ପୁସ୍ତକ ମେଳା କମିଟି ଆବାହକ ପ୍ରଫୁଲ୍ଲ କୁମାର ପାତ୍ର, ପୁସ୍ତକ ମେଳା କମିଟି ସଂପାଦକ ପ୍ରତାପ ଚନ୍ଦ୍ର ରାଉତ, କମିଟି ପରିଚାଳନା ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ସ୍ବାଇଁ, ଯୁଗ୍ମ ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ବରାଳ ସମେତ ସମସ୍ତ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ। ଏହି ପୁସ୍ତକ ମେଳାରେ ବହୁ ଦୁର୍ଲଭ ପୁସ୍ତକ ଷ୍ଟଲ ମାଧ୍ୟମରେ ପ୍ରଦର୍ଶୀତ ହେବ ବୋଲି ସଂପାଦକ ପ୍ରତାପ ଚନ୍ଦ୍ର ରାଉତ ପ୍ରକାଶ କରିଛନ୍ତି।


