ଷଷ୍ଠ ଦିନରେ ମା ଗଜଲକ୍ଷ୍ମୀ ପୂଜା

ଛତ୍ରପୁର ,(ଯୁଗାବ୍ଦ ନ୍ୟୁଜ୍‌) : ସ୍ଥାନୀୟ ଲୋୟରବସଷ୍ଟାଣ୍ଡ ସ୍ଥିତ ଲକ୍ଷ୍ମୀବଜାର ମାର୍କେଟ କଂପେକ୍ସ ଠାରେ ମାଁ ଗଜଲକ୍ଷ୍ମୀାଙ୍କ ପୂଜା ଷଷ୍ଠଦିନ ରେ ପହଂଚିଛି । ଆଜି ଗର୍ଭଣା ସଂକ୍ରାନ୍ତି ହୋଇଥିବାରୁ ଏହି ଅବସରରେ ମାଁଙ୍କ କୁଙ୍କୁମ ପୂଜା ଅପରାହ୍ନ ୨ଟାରେ ପୂଜା କମିଟିର ସଦସ୍ୟ ମାନଙ୍କ ଦ୍ୱାରା ପୂଜାଅର୍ଚ୍ଚନା ହୋଇଥିଲା । ସମସ୍ତ ହାତରେ କୁଙ୍କୁମ ଧରି ମାଙ୍କୁ ସର୍ମପଣା କରି ପୂଜା କରିଥିଲେ । ସନ୍ଧ୍ୟାରେ ମାଙ୍କ ୧୦୮ ଆଳତୀ ରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ପୂର୍ବତନ ବିଧାୟକ ଅଶୋକ କୁମାର ଚୈାଧୂରୀ, ଶିକ୍ଷାବିତ୍ କୃପାସିନ୍ଧୁ ପଣ୍ଡା, ରାଜ୍ୟ ଯୁବ ରେଡକ୍ରସ ଅଧିକାରୀ ଡଃ.ଅଜୟ କୁମାର ତ୍ରିପାଠୀ, ଖଣ୍ଡିଦେଉଳି କଲେଜ ଅଧ୍ୟକ୍ଷ ଡଃ.ଦୁର୍ଯ୍ୟୋଧନ ସେଠୀ, ଗୋପାଳପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଉମା ଶଙ୍କର ସେଠୀ, ଜିଲ୍ଲା ଗ୍ରାନ୍ଥାଗାରିକ ଅମୀୟ କୁମାର ଧଳ, ଓଏସଲ ଗୃଫର ଡେପୁଟି ଜେନରାଲ ମ୍ୟାନଜର (ଅପରେସନ) କେ.ହରିନାଥ, ଆନ୍ତର୍ଜାତୀକ ଖେଳାଳୀ ଭି.ରମେଶ ରାଓ, ଛତ୍ରପୁର ବ୍ଲକ ମିଳିତ ଶିକ୍ଷକ ସଂଘର ସଭାପତି ରବି ନାରାୟଣ ବେହେରା, ଛତ୍ରପୁର ଓକିଲ ସଂଘର ସଭାପତି କେ.ଶିବରାମ ରେଡ୍ଡୀ, ପ୍ରତିଭା ଆବାସିକ ମହାବିଦ୍ୟାଳୟ ଅଧ୍ୟକ୍ଷ ଚିନ୍ମୟ କୁମାର ଦାଶଙ୍କସମେତ ଛତ୍ରପୁର ସହର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ମହିଳା ଓ ପୁରୁଷ ମାନେ ଉପସ୍ଥିତ ରହି ମାଙ୍କ ଆର୍ଶୀବାଦ ଲାଭ କରିଥିଲେ । ଚଳିତ ବର୍ଷ ପୂଜା କମିଟି କୁଙ୍କୁମ ପୂଜା ପ୍ରଥମ ଥର ଆରମ୍ଭ କରାଯାଇଥିଲା । ମା ଗଜଲକ୍ଷ୍ମୀ ପୂଜା ଆଜକୁ ୧୮ବର୍ଷ ଧରି ଅନୁଷ୍ଠିତ ହୋଇଆସୁଛି । ଚଳିତ ବର୍ଷ ଅଷ୍ଟ ମହାଲକ୍ଷ୍ମୀଙ୍କ ସହ ଜଗତର ନାଥ ଜଗନ୍ନାଥ ମହାପ୍ରଭୂଙ୍କ ସହିତ ମା ଗଜଲକ୍ଷ୍ମୀ ପୂଜା ପାଉଛନ୍ତି । ପବିତ୍ର କୁମାରପୂର୍ଣ୍ଣମୀ ଦିନ ଠାରୁ ମାଁଙ୍କ ପୂଜା ଆଚାର୍ଯ୍ୟ ସରୋଜ ଶତପଥୀ , ନୃସିଂହ ଚରଣ ପଣ୍ଡା ଓ ସୁମନ ପଣ୍ଡାଙ୍କ ତତ୍ତ୍ୱାବଧାନରେ ମାଙ୍କ ପୂଜାର୍ଚ୍ଚନା ଆରମ୍ଭ ହୋଇଛି । ଏହି ପୂଜା ଅକ୍ଟୋର ୨୧ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିରେ ଲକ୍ଷ୍ମୀବଜାର ପୂଜା କମିଟିର ସଭାପତି ବସନ୍ତ କୁମାର ମହାରଣାଙ୍କ ସମେତ ସମସ୍ତ ପୂଜା କମିଟିର ସଦସ୍ୟ ପରିଚାଳନା କରିଆସୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ