ଷଷ୍ଠ ଦିନରେ ଲୋକାଲ ଟ୍ରକ ମାଲିକ ସଂଘର ଆନ୍ଦୋଳନ ବନ୍ଦ ରହିଛି ଲଘୁଖଣିଜ ସମ୍ପଦ ପରିବହନ

ମୟୁରଭଞ୍ଜ,(ମୁରାରୀ ମୋହନ ମହାପାତ୍ର):ରାଜ୍ୟ ସରକାରଙ୍କ ଲଘୁ ଖଣିଜ ପରିବହନ ଓ ଜୋରିମାନାକୁ ନେଇ ହୋଇଥିବା ନୂତନ ନିୟମକୁ ବିରୋଧ କରି ନଭେମ୍ବର ୧୦ତାରିଖରୁ ୧୧ଦଫା ଦାବି ନେଇ ମୟୂରଭଞ୍ଜ ଜିଲ୍ଲାରେଲଘୁ ଖଣିଜ ପରିବହନ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରହିଛି. ଲୋକାଲ ଟ୍ରକ ମାଲିକ ସଂଘ ପକ୍ଷରୁ ଗତ ନଭେମ୍ବର ୧୦ ତାରିଖ ଠାରୁ ଚକା ଜାମ ଆନ୍ଦୋଳନ ସହ ବାରିପଦା ମଧୁବନ ଠାରେ ସଂଘର କର୍ମକର୍ତ୍ତା ମାନେ ଧାରଣରେ ବସିଛନ୍ତି. ଲଘୁ ଖଣିଜ ପରିବହନରେ ଟ୍ରକ ମାଲିକ ମାନେ ପରିବହନ ବିଭାଗ ଓ ଲଘୁ ଖଣିଜ ବିଭାଗ ଅଧିକାରୀଙ୍କ ଦ୍ବାରା ଜରିମାନା ଓ ଶୋଷଣର ଶିକାର ହେଉଥିବା ବେଳେ, ସରକାରଙ୍କ ଦ୍ବାରା ଜାରି କରାଯାଇଥିବା ନୂତନ ନିୟମ ବିଜ୍ଞପ୍ତିରେ ଅଧିକ ଜରିମାନା କରାଯାଇଥିବାରୁ ସଂଘ ଏହାର ବିରୋଧ କରିଛି. ଚୋରା ଓ ବେଆଇନ ଲଘୁ ଖଣିଜ ସମ୍ପଦ ଖନନ ଓ ଚାଲାଣ ସମୟରେ ବ୍ୟବହୃତ ଗାଡିକୁ ୪ଗୁଣ ଅଧିକ ଜୋରିମାନା ହେବ. ସର୍ବାଧିକ ୪ଲକ୍ଷରୁ ସର୍ବନିମ୍ନ ୫୦ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯିବା ସହିତ ୩ଗୁଣ ପରିବେଶ କ୍ଷତିପୂରଣ ବାବଦରେ ଅର୍ଥଦଣ୍ଡ ଧାର୍ଯ୍ୟ କରାଯିବ ବୋଲି ନିୟମ ହୋଇଛି. ତେଣୁ ଲଘୁ ଖଣିଜ ପରିବହନ କରୁଥିବା ସମସ୍ତ ଟ୍ରକଙ୍କ ପାଇଁ ଇ-ଟ୍ରାନଜିଟ ପାସ ବ୍ୟବସ୍ଥା, ବାଲି ଉଠାଣ ସ୍ଥାନରେ ଧର୍ମ କଣ୍ଟା ସ୍ଥାପନ କରିବା, ଯେଉଁ ସ୍ଥାନର ଯେତିକି ପରିବହନ ସାମର୍ଥ୍ୟ ସେହି ଅନୁସାରେ ଲୋର୍ଡିଂ କରିବାକୁ ସରକାର ନିର୍ଦ୍ଦେଶନାମା ଜାରି କରିବା ଆଦି ଦାବିରେ ୫ଦିନ ହେଲାଣି କାର୍ଯ୍ୟବନ୍ଦ କରି ଆନ୍ଦୋଳନ ଚଳାଇ ଛନ୍ତି. ତେବେ ଆନ୍ଦୋଳନକୁ ୬ଦିନ ହୋଇଯାଇଥିଲେବି ପ୍ରଶାସନ ନିଦାବିଷ୍ଣୁ ପାଲଟିଥିବା ବେଳେ କେବଳ ବାରିପଦା ବିଧାୟକ ପ୍ରକାଶ ସୋରେନ ଧାରଣା ସ୍ଥଳକୁ ଆସି ଆନ୍ଦୋଳନ କାରୀଙ୍କ ସହ ଆଲୋଚନା କରିଥିବାର ଜଣାଯାଇଛି. ଏଣେ ବାଲି ଯୋଗାଣ ବନ୍ଦ ରହିଥିବାରୁ ନିର୍ମାଣାଧୀନ ସରକାରୀ ତଥା ବେସରକାରୀ କାର୍ଯ୍ୟ ବାଧା ପ୍ରାପ୍ତ ହେଉଛି. ଧାରଣାରେ ସଂଘ ସମ୍ପାଦକ କ୍ରିଷ୍ଣା ସାହାଙ୍କ ନେତୃତ୍ୱରେ ପ୍ରକାଶ କର ମହାପାତ୍ର, ଅଜିତ ପାଲ, ସଞ୍ଜିବ ବେରା, ସର୍ବେଶ୍ବର ଖଣ୍ଡା, ଜଗତ ଜୀବନ ରାମ, ପିଣ୍ଟୁ ପୃଷ୍ଟି, ଅଭିଷେକ ମହାପାତ୍ର, ଚୌଧୁରୀ ପାତ୍ର, ଜିତେନ୍ଦ୍ର ମହାନ୍ତ, ଭଗବାନ ଆଚାର୍ଯ୍ୟ, ରବିନ୍ଦ୍ର ଜେନା ଓ ଜିତେନ୍ଦ୍ର ପାଲବାବୁ, କାମଳେନ୍ଦୁ ଦାସ, ସତ୍ୟଜିତ କର, କ୍ରିଷ୍ଣା ରାମ, ସବ୍ୟସାଚୀ ଗିରି, ମୋନଜ ହାବଡା, ଅଭିଜିତ ମହାପାତ୍ର, ଦିନେଶ ହାବଡା ପ୍ରମୁଖଙ୍କ ସମେତ ଅନ୍ୟ ଟ୍ରକ ମାଲିକ ମାନେ ଉପସ୍ଥିତ ଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ