ଷଷ୍ଠ ଯଶୁଆପୁର ମହୋତ୍ସବ-୨୦୨୩ ଉପଲକ୍ଷେ ସ୍ୱତନ୍ତ୍ର ଡାକ ଲଫାପା ଉନ୍ମୋଚିତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ବାଲିଅନ୍ତା ବ୍ଲକ ଅନ୍ତର୍ଗତ ଯଶୁଆପୁର ଗ୍ରାମର ସାମାଜିକ ଅନୁଷ୍ଠାନ ଯଶୁଆପୁର ବିକାଶ ପରିଷଦ ଓ ଡାକ ବିଭାଗ, ଓଡ଼ିଶା, ଭୁବନେଶ୍ୱରଙ୍କ ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱରସ୍ଥିତ ମୁଖ୍ୟ ଡାକଘରଠାରେ ଷଷ୍ଠ ଯଶୁଆପୁର ମହୋତ୍ସବ-୨୦୨୩ ଉପଲକ୍ଷେ ସ୍ୱତନ୍ତ୍ର ଡାକ ଲଫାପା ଉନ୍ମୋଚିତ ହୋଇଯାଇଛି । ଯଶୁଆପୁର ବିକାଶ ପରିଷଦର ପ୍ରତିଷ୍ଠାତା ତଥା ସାମଜସେବୀ ରଞ୍ଜନ କୁମାର ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜୟଦେବ ବିଧାୟକ ଡଃ ଅରବିନ୍ଦ ଢାଲି ଯୋଗଦେଇ ଡାକ ଲଫାପାକୁ ଉନ୍ମୋଚନ କରିଥିଲେ । ସମ୍ମାନିତ ଅତିଥି ଭାବରେ ପୂର୍ବତନ ବିଧାୟକ ତଥା ପରିବେଶବିତ୍ ଡଃ ଦିଲ୍ଲୀପ ଶ୍ରୀଚନ୍ଦନ, ଡାକ ବିଭାଗର ମୁଖ୍ୟ ପୋଷ୍ଟ ମାଷ୍ଟର ମନୋଜ କୁମାର ପଟ୍ଟନାୟକ, ବିଜୁ ଜନତା ଦଳର ମୁଖପାତ୍ର ତଥା ବସୁଧାର ଉପଦେଷ୍ଟା ଅପୂର୍ବା ଅପରୂପା, ବିଶିଷ୍ଟ ଶିକ୍ଷାବିତ୍ ବିଧୁଭୂଷଣ ପଟ୍ଟନାୟକ, ପ୍ରମୋଦ ପାଢୀ, ନାରାୟଣ ବେହେରା ପ୍ରମୁଖ ଯୋଗ ଦେଇଥିଲେ ।ଅନୁଷ୍ଠାନର ସଦସ୍ୟ ତାପସ ରଞ୍ଜନ ମଲ୍ଲିକ, ବିଶ୍ୱଜିତ ସାମନ୍ତରାୟ, ଦୀପକ କୁମାର ସ୍ୱାଇଁ, ଲକ୍ଷ୍ମଣ ଜେନା, ଅଭିମନ୍ୟୁ ଭୋଇ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି ଡାକ ଲଫାପାକୁ ଅଜିତ କୁମାର ରାଉତ ଅଳଙ୍କୃତ କରିଥିଲେ ।


