ଷୋଡ଼ଶ ଦିନାତ୍ମକ ଶାରଦୀୟ ପୂଜା ଲାଗି କନକ ଦୁର୍ଗାପୀଠ ଉତ୍ସବ ମୁଖର

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ହିଞ୍ଜିଳିକାଟୁ ଅଞ୍ଚଳର ପ୍ରସିଦ୍ଧ ଦେବୀପୀଠ ମା’ କନକ ଦୁର୍ଗାଙ୍କ ମୂଳାଷ୍ଟମୀ ଠାରୁ ଦଶହରା ପର୍ଯ୍ୟନ୍ତ ଷୋଡ଼ଶ ଦିବସୀୟ ପୂଜା ଉତ୍ସବ ଶନିବାର ଠାରୁ ଆରମ୍ଭ ହୋଇଛି । ଏଥି ନିମନ୍ତେ ହିଞ୍ଜିଳି ସହର ସମେତ ଆଖପାଖ ଅଞ୍ଚଳ ଚଳଚଞ୍ଚଳ ପରିବେଶ ସୃଷ୍ଟି ହୋଇଛି । ଷୋଡ଼ଶ ଦିନାତ୍ମକ ପର୍ବ ଉପଲକ୍ଷେ ମା’ଙ୍କ ମନ୍ଦିରକୁ ରଙ୍ଗବେରଙ୍ଗର ତୋରଣ ସାଙ୍ଗକୁ ଆଲୋକମାଳାରେ ସୁସଜ୍ଜିତ କରାଯାଇଛି । ଦଶହରା ପର୍ଯ୍ୟନ୍ତ ମା’ କନକ ଦୁର୍ଗା ବିଭିନ୍ନ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । ପ୍ରଥମ ଦିବସରେ କର୍ତ୍ତା ରୂପେ ପବିତ୍ର ମୋହନ ପାଣିଗ୍ରାହୀ ଓ ଧର୍ମପତ୍ନୀ ଗୌରୀ ପାଣିଗ୍ରାହୀ ଉପସ୍ଥିତ ରହି ଦେବୀଙ୍କୁ ଅନୁଜ୍ଞା, ଭୋର ୪ଟାରୁ ସେବା, ୫ଟାରେ ମଙ୍ଗଳ ଆଳତି, ସାଢେ ୫ଟାରେ କାଠିଆ ସେବା ପରେ ଦେବୀଙ୍କ ପୁଜାର୍ଚ୍ଚନା,ଦିନ ୧୧ଟାରେ ଦେବୀଙ୍କ ମାର୍ଜଣା ସ୍ବପ୍ନେଶ୍ୱର ପୀଠରେ ରୁଦ୍ରଭିଷେକ ଓ ଦେବୀଙ୍କୁ ସୁନା ବେଶରେ ସୁସଜ୍ଜିତ କରା ଯାଇଥିଲା । ସନ୍ଧ୍ୟାରେ ସାନ୍ଧ୍ୟ ଆଳତି ମା’ଙ୍କ ଷୋଡଶ ଉପଚାର ପୂଜାର୍ଚ୍ଚନା, ହୋମଯଜ୍ଞ ଓ ପରିଶେଷରେ ପୁଷ୍ପାଞ୍ଜଳି ସହ ପ୍ରସାଦ ସେବନ କାର୍ଯ୍ୟକ୍ରମ ଚାଲୁ ରହିଛି। ଷୋଡ଼ଶ ଦିବସୀୟପୂଜା ଉପଲକ୍ଷେ ଦେବୀଙ୍କ ନିମନ୍ତେ ପ୍ରତ୍ୟହ ସ୍ବତନ୍ତ୍ର ପୂଜା ନୀତିକାନ୍ତି ଆୟୋଜନ କରାଯାଇଛି । ଓ ରାତି ୧୨ଟା ପରେ ପୁଣି ଦେବୀଙ୍କୁ ଭୋଗଲାଗି କରାଯାଉଅଛି । ସନ୍ତୋଷ ମୁନି, ଶଙ୍କର ମୁନି, ଦେବେନ୍ଦ୍ର ମୁନି ଓ ବିଚିତ୍ର ମୁନି ପ୍ରମୁଖ ମା’ଙ୍କ ନିତୀକାନ୍ତି ଓ ସେବା କାର୍ଯ୍ୟରେ ନିୟୋଜିତ ରହିଛନ୍ତି। ମୁଖ୍ୟ ପୁରୋହିତ ଦୀପ୍ତିରଞ୍ଜନ ମହାପାତ୍ର, ଆଚାର୍ଯ୍ୟ ଶଙ୍କର୍ଷଣ ତ୍ରିପାଠୀ ଓ ସହଯୋଗୀ କର୍ମକାଣ୍ଡ ପୁରୋହିତ ପ୍ରତ୍ୟହ ମା’ଙ୍କ ପୂଜାତ୍ସୋବ ସମ୍ପାଦନା କରୁଛନ୍ତି। ଷୋଡ଼ଶ ପୂଜା ଉପଲକ୍ଷେ ମନ୍ଦିରରେ ପ୍ରତ୍ୟେକ ଦିନ ଚଣ୍ଡୀ ପାଠ ସହ ଯଜ୍ଞ ନିମନ୍ତେ ପ୍ରବଳ ଜନ ସମାଗମ ଦେଖିବାକୁ ମିଳିଛି ।ମୁଳାଷ୍ଟମୀ ଶନିବାର ଠାରୁ ଆରମ୍ଭ ହୋଇ ଆସନ୍ତା ମାସ ୨ ତାରିଖ ପର୍ଯନ୍ତ ପର୍ବ ହେଵ ବୋଲି ମନ୍ଦିର କମିଟି ପକ୍ଷରୁ ସୁଚନା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ