ଷୋହଳ ଖଣ୍ଡ ଗୋପାଳ ସମାଜ କୋଠ ଗୃହ ପ୍ରତିଷ୍ଠା ଉତ୍ସବ

ବୁଗୁଡ଼ା, (ଅନିଲ କୁମାର ମହାରଣା) : ବୁଗୁଡା ବ୍ଲକ ଅନ୍ତର୍ଗତ ମାଣିତରା ଗ୍ରାମ ପଞ୍ଚାୟତର ଭୋଗଡା ଗ୍ରାମରେ ଷୋହଳ ଖଣ୍ଡ ଗୋପାଳ ସମାଜ କୋଠ ଗୃହର ପ୍ରତିଷ୍ଠା ଉତ୍ସବ ନଭେମ୍ବର ୧୭ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି । ଗୋପାଳ ସମାଜ ଗୃହ ପ୍ରତିଷ୍ଠା ଉତ୍ସବରେ କର୍ତ୍ତାଭାବେ ସୂର୍ଯ୍ୟ ନାରାୟଣ ଗୌଡ଼ ଓ ସୁମିତ୍ରା ମହାଙ୍କୁଡ଼ କାର୍ଯ୍ୟ ସମ୍ପାଦନ କରିଥିବା ବେଳେ ପୁରୋହିତ ଭାବେ କୁମୁଦ ଚନ୍ଦ୍ର ମିଶ୍ର, କାଳୀ ଚରଣ ମିଶ୍ର ଓ ରବି ନାରାୟଣ ମିଶ୍ର ପ୍ରତିଷ୍ଠା କାର୍ଯ୍ୟ ପରିଚାଳନା କରିଥିଲେ। ଭୋଗଡ ଗ୍ରାମ ଗୋପାଳ ସମାଜର ପ୍ରତ୍ୟେକ ସଦସ୍ୟ ନିଜ ଶକ୍ତି ମୁତାବକ ଅର୍ଥ ପ୍ରଦାନ କରି ଭୋଗଡା ଗ୍ରାମରେ ଷୋହଳ ଖଣ୍ଡ ଗୋପାଳ ସମାଜ କୋଠ ଗୃହ ନିର୍ମାଣ କରିଥିବା ବେଳେ ତାହା ବୁଧବାର ଦିନ ପ୍ରତିଷ୍ଠା କରାଯାଇଛି। ଏହି ପ୍ରତିଷ୍ଠା କାର୍ଯ୍ୟକ୍ରମ ରେ ଭୋଗଡା ଗ୍ରାମ ଗୋପାଳ ସମାଜ ସଭାପତି ଦେବରାଜ ଗୌଡ଼, ଉପସଭାପତି ଘନଶ୍ୟାମ ଗୌଡ଼, ସମ୍ପାଦକ ଚନ୍ଦ୍ର ଶେଖର ଗୌଡ଼, କୋଷାଧ୍ୟକ୍ଷ ଲକ୍ଷ୍ମଣ କୁମାର ଗୌଡ଼, ସଭ୍ୟ ପଞ୍ଚୁ ଗୌଡ଼ ଓ କାଳୁଚରଣ ଗୌଡ଼ ଏବଂ ସମାଜ ପାଇକ ଲିଙ୍ଗରାଜ ଗୌଡ଼ ଙ୍କ ସମେତ ଭୋଗଡା ଗୋପାଳ ସମାଜ ପରିଷଦର ସଦସ୍ୟ ବୃନ୍ଦ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ