ଷୋହଳ ଖଣ୍ଡ ଗୋପାଳ ସମାଜ ପକ୍ଷରୁ ନନ୍ଦ ମହୋତ୍ସବ ପାଳିତ

ପୋଲସରା, (ଅନିଲ କୁମାର ମହାରଣା):ଷୋହଳ ଖଣ୍ଡ ଗୋପାଳ ସମାଜ ପକ୍ଷରୁ ପୋଲସରା ବ୍ଲକ ଅନ୍ତର୍ଗତ ମହୁଲପଲ୍ଲୀ ଗ୍ରାମରେ ଅଗଷ୍ଟ ୧୯ ତାରିଖ ଦିନ ନନ୍ଦୋତ୍ସବ ମହାସମାରୋହରେ ପାଳନ କରାଯାଇଛି। ୧୨ ହଜାରରୁ ଉର୍ଦ୍ଧ୍ବ ଗୋପାଳ ସମାଜର ମହିଳା ଓ ପୁରୁଷ ଏହି ନନ୍ଦ ମହୋତ୍ସବରେ ଅଂଶ ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ଓଡିଶା ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ମାନ୍ୟବର ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ମାନ୍ୟବର ଆସିକା ସାଂସଦ ପ୍ରମିଳା ବିଷୋୟୀ, ମାନ୍ୟବର କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ପୋଲସରା ବ୍ଲକ ଅଧ୍ୟକ୍ଷା କଳ୍ପନା କୁମାରୀ ପ୍ରଧାନ, ଉପାଧ୍ୟକ୍ଷ କାହ୍ନୁ ଚରଣ ପରିଡା, ପୋଲସରା ଏନଏସି ଅଧ୍ୟକ୍ଷା ସଂଗୀତା ବେହେରା ଓ ବର୍ତ୍ତୀନୀ ମହାବିଦ୍ୟାଳୟ ଅଧ୍ୟାପକ ମନୋଜ କୁମାର ସାହୁ ଯୋଗଦେଇଥିଲେ। ଗୋପାଳ ସମାଜର ସଭାପତି ନିରଞ୍ଜନ ଗୌଡ଼ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ବେଳେ ଉପସଭାପତି ଗଙ୍ଗାଧର ଗୌଡ଼, ସମ୍ପାଦକ ରମେଶ ଚନ୍ଦ୍ର ଗୌଡ଼, ସହ ସମ୍ପାଦକ ରତ୍ନାକର ଗୌଡ଼, କୋଷାଧ୍ୟକ୍ଷ ସୁଶାନ୍ତ କୁମାର ଗୌଡ଼, ତାଲୁକା ସଭାପତି ମୋହିନୀ ଚରଣ ଗୌଡ଼ ପ୍ରମୁଖ ମଞ୍ଚାସୀନ ଥିଲେ। ଆଜିର ତିଥିରେ ଭଗବାନ ଶ୍ରୀକୃଷ୍ଣ ନନ୍ଦ ରାଜାଙ୍କ କୋଳ ମଣ୍ଡନ କରିଥିବା ବେଳେ ନନ୍ଦ ରାଜା ଉତ୍ସବ ପାଳନ କରିଥିଲେ। ସେହି ପରମ୍ପରାକୁ ସମ୍ନାନ ଜଣାଇ ଗୋପାଳ ସମାଜ ପକ୍ଷରୁ ଏହି ମହାନ ପର୍ବକୁ ମହାସମାରୋହରେ ପାଳନ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ