ଷ୍ଟାଣ୍ଡାର୍ଡ ପବ୍ଲିକ ସ୍କୁଲର ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସହରର ମେହେମୁଦାବାଦ ସ୍ଥିତ ଷ୍ଟାଣ୍ଡାର୍ଡ ପବ୍ଲିକ ସ୍କୁଲର ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ ହୋଇଯାଇଛି । ଏହି ଉପଲକ୍ଷେ ସ୍କୁଲ ଅଧ୍ୟକ୍ଷ ସେକ ଇନାମୁଲ ହକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଚିତ୍ତରଞ୍ଜନ ଦାସ ଯୋଗଦେଇ ଜଣେ ଜଣେ ସଫଳ କ୍ରୀଡାବିତ ହୋଇ ଆମ କେନ୍ଦ୍ରାପଡାର ସୁନାମ ଆଣିବାକୁ ଛାତ୍ରଛାତ୍ରୀମାନଙ୍କୁ କହିଥିଲେ । ସମ୍ମାନୀତ ଅତିଥି ଭାବେ ସ୍କୁଲ ପରିଚାଳନା ସମିତି ସଭ୍ୟ ଓୟଦୁଲ ହକ, ମୀର ଇରାନଅଲ୍ଲୀ, ସେକ ଲିଆକତ ଅଲ୍ଲୀ, ମୀର ମହମ୍ମଦ ଅମୀର ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିବା ସହ ୧୦୦,୨୦୦ମିଟର ଦୈାଡ, ସ୍ଲୋ ସାଇକେଲ, ସଟପୁଟ, ଡିସକସ ଥ୍ରୋ, ମ୍ୟୁଜିକ ଚେୟାର ପ୍ରଭୃତି ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ଶେଷରେ ସମ୍ପାଦକ ତୋହିଦୁର ରହେମାନ ଧନ୍ୟବାଦ ଅର୍ପଣ କରିଥିଲେ । ସ୍କୁଲର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରାଭିଭାକମାନେ ଏହି ପ୍ରତିଯୋଗିତା ଓ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ