ଷ୍ଟାଣ୍ଡିଂ କମିଟିର ସବୁ ସଦସ୍ୟ ନେଗେଟିଭ
ଭୁବନେଶ୍ୱର: ବିଧାନସଭା ଷ୍ଟାଣ୍ଡିଂ କମିଟିର ସବୁ ସଦସ୍ୟଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଥିବା ଜଣାଯାଇଛି । ରିପୋର୍ଟ ନେଗେଟିଭ ନେଇ କମିଟି ଅଧ୍ୟକ୍ଷ ଦେବୀ ମିଶ୍ର ସୂଚନା ଦେଇଛନ୍ତି । ପ୍ରକାଶ ଯେ, ଗତ ଜୁଲାଇ ୨ ତାରିଖରେ ଅନୁଷ୍ଠିତ ବୈଠକରେ ନୀଳଗିରି ଓ ସାଲେପୁର ବିଧାୟକ ଉପସ୍ଥିତ ଥିଲେ । ପରେ ସମ୍ପୃକ୍ତ ୨ ବିଧାୟକ ସଂକ୍ରମିତ ବୋଲି ଜଣାପଡ଼ିବାରୁ ଷ୍ଟାଣ୍ଡିଂ କମିଟିର ସବୁ ସଦସ୍ୟଙ୍କ ସ୍ୱାବ ନିଆଯାଇଥିଲା । ତେବେ ବର୍ତ୍ତମାନ ରିପୋର୍ଟ ନେଗେଟିଭ ଆସିବା ପରେ ବୈଠକରେ ଭାଗ ନେଇଥିବା ବିଧାୟକମାନେ ଆଶ୍ୱସ୍ତି ପ୍ରକାଶ କରିଛନ୍ତି ।