ଷ୍ଟିୱାର୍ଟ ସ୍କୁଲରେ ବାର୍ଷିକ ଉତ୍ସବ ପାଳିତ
ମୋହନା,(ଯୁଗାବ୍ଦ ନ୍ୟୁଜ୍): ଗଜପତି ଜିଲ୍ଳା ମୋହନା ବ୍ଲକ ଲାଦୁମା ସ୍ଥିତ ଷ୍ଟିୱାର୍ଟ ସ୍କୁଲର ବାର୍ଷିକ ଉତ୍ସବ ଅଧକ୍ଷ ସୁନିତ ମହାନ୍ତିଙ୍କ ଅଧକ୍ଷତାରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିରୁପେ ବ୍ଲକ ପୋଗ୍ରାମ ଅଫିସର ୱାଲ ତିରୁପତି ରାଓ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିବା ବେଳେ ସମ୍ମାନୀତ ଅତିଥିଭାବେ ସଲୋମନ ମହାନ୍ତି , ସାମ୍ବାଦିକ ମିହିର ଜତି, ଅଂଶୁମାନ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ ।ବାର୍ଷିକ କ୍ରୀଡା ପ୍ରତିଯୋଗିତାରେ କୃତି ବିଦ୍ୟାର୍ଥୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ଶିକ୍ଷୟତ୍ରୀ ଗିତାଞ୍ଜଳି ଜତି, ପଦ୍ମଜା ଦାସ, ସଶ୍ମିତା ମଣ୍ଡଳ, ଦେବତ ସିଂ, ପରିଚାଳନା କରିଥିବା ବେଳେ ଅଭିଭାବକ ମାନେ ଯୋଗଦେଇଥିଲେ ।