ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆ ଖିଚିଂ ଶାଖାର ରୁପାନ୍ତରିତ ଗୃହ ଉଦଘାଟିତ
କରଞ୍ଜିଆ,(ଜିତେନ୍ଦ୍ର ରାଜ): ମୟୂରଭଞ୍ଜ ଜିଲ୍ଲା ଖିଚିଂର ଅଧିଷ୍ଠାତ୍ରୀ ଦେଵୀ ମା କିଚକେଶ୍ୱରି ମନ୍ଦିର ନିକଟରେ ଥିବା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ବହୁ ପୁରାତନ ଶାଖା , ଏହି ଶାଖା ବହୁ ପୁରାତନ ହୋଇଥିଲେ ମଧ୍ୟ ଶାଖା ଟି ଶୋଚନୀୟ ଅବସ୍ଥା ରେ ରହିଥିଲା , ହେଲେ ଏହି ବର୍ଷ ଷ୍ଟେଟ୍ ବ୍ୟାଙ୍କ୍ ତରଫରୁ ବ୍ୟାଙ୍କ୍ ଭିତର ବାହାର ସମ୍ପୂର୍ଣ୍ଣ ରୂପାନ୍ତିକରଣ ହୋଇ ରୁପାନ୍ତିକରଣ ପରେ ଏହି ଶାଖା ଆଜି ପୁନର୍ବାର ଉଦଘାଟନ ହୋଇଯାଇଛି। ଏହିଉଦଘାଟନୀ କାର୍ଯ୍ୟକ୍ରମରେ ଉତ୍ତର ଓଡ଼ିଶା ର ଡେପୁଟିଜେନେରାଲମ୍ୟାନେଜେର ଶୈଳେଶ କୁମାର ସିହ୍ନା ମୁଖ୍ୟଅତିଥି ରୂପେ ଯୋଗଦେଇ ଫିତାକାଟି ଉଦ୍ଘାଟନ କରିଥିଲେ , ଏହି ଉଦଘାଟନୀ ଉତ୍ସବ ରେ ବାରିପଦା ଆଞ୍ଚଳିକ ମ୍ୟାନେଜର ଜଗନ୍ନାଥ ଶ୍ରୀଚନ୍ଦନ ନାୟକ, ପତାଞ୍ଜଳୀ ବିଭୁଦା ସାହୁ ,ହେମନ୍ତ କୁମାର ବେହେରା , ଶାଖା ପରିଚାଳକ ମାଳତୀ ମୁର୍ମୁ , ଫିଲ୍ଡ ଅଫିସର୍ ତାରିଣୀ ପ୍ରସାଦ ବେହେରା ଓ ଶାଖା ର ଅନ୍ୟ ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ , ଏହି ଉତ୍ସବ ରେ କିଛି ପୁରାତନ ପେନସନ ଭୋଗି ଓ ମନ୍ଦିର ଟ୍ରଷ୍ଟି ର ସଦସ୍ୟ ଙ୍କୁ ଅତିଥି ମାନେ ସମ୍ମାନିତ କରିଥିଲେ , ପରେ କିଛି ନୂତନ ଓ ପୁରାତନ ସୟଂ ସହାୟକ ଗୋଷ୍ଠୀ ମାନଙ୍କୁ ସମୁଦାୟ ୪୦ ଲକ୍ଷ ଟଙ୍କା ଋଣ ପ୍ରଦାନ କରାଯାଇଥିଲା , । ବ୍ୟାଙ୍କ୍ ର ରୂପରେଖ କୁ ଅତି ସାରସ ସୁନ୍ଦର ଭାବରେ ସଜାଇଥିବାରୁ ସ୍ଥାନୀୟ ବାସିନ୍ଦା ଓ ସମସ୍ତ ଶାଖା ର ଗ୍ରାହକ ମନେ ବ୍ୟାଙ୍କ୍ କର୍ତ୍ତୃପକ୍ଷ ଙ୍କୁ ଧନ୍ୟବାଦ ଜଣାଇଛନ୍ତି.