ଷ୍ଟେଟ୍ ଲିଷ୍ଟ୍ ଆଧାରରେ ପଛୁଆ ଜାତିଙ୍କୁ ସଂରକ୍ଷଣ ଦିଅନ୍ତୁ ଓଡିଶା ସରକାର -ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର, (ୱାଇଏନ୍‌ଏସ୍‌): କେନ୍ଦ୍ର ସରକାର ପଛୁଆ ବର୍ଗଙ୍କ ପାଇଁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ୨୭ ପ୍ରତିଶତ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା କରିଥିବା ବେଳେ ଓଡ଼ିଶାରେ ରାଜ୍ୟ ସରକାର ଏହି ବର୍ଗଙ୍କ ପାଇଁ ସ୍ଥାନ ସଂରକ୍ଷଣ ନ ଦେଇ ୫୦ ପ୍ରତିଶତରୁ ଅଧିକ ସ୍ଥାନ ସଂରକ୍ଷଣ ଦାବୀ କରିବା ଅମୂଳକ । ଓଡ଼ିଶା ଏକମାତ୍ର ରାଜ୍ୟ ଯେ ସମ୍ଭବତଃ ଷ୍ଟେଟ୍ ଲିଷ୍ଟ୍ ଆଧାରରେ ପଛୁଆ ଜାତିଙ୍କୁ ସଂରକ୍ଷଣ ଦେଇନାହିଁ । ତେଣୁ ଓଡିଶା ସରକାର ଷ୍ଟେଟ୍ ଲିଷ୍ଟ୍ ଆଧାରରେ ପଛୁଆ ଜାତିଙ୍କୁ ସଂରକ୍ଷଣ ଦିଅନ୍ତୁ ବୋଲି ରାଜ୍ୟସଭାରେ ୧୨୭ତମ ସଂଶୋଧନ ବିଧେୟକ ଆଲୋଚନାରେ ବକ୍ତବ୍ୟ ରଖି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ରାଜ୍ୟ ସରକାର ସାଙ୍କେତିକ ଭାବରେ ଓବିସି ଓ ଏସଇବିସିଙ୍କୁ ୨୭ ପ୍ରତିଶତ ସ୍ଥାନ ସଂରକ୍ଷଣ ଦେବା ପାଇଁ ନିଷ୍ପତି ନେଇଥିଲେ । ପରବର୍ତୀ ପର୍ଯ୍ୟାୟରେ ମାନ୍ୟବର ହାଇକୋର୍ଟରେ ଏହା ବିରୁଧରେ ଏକ ମାମଲା ଦାୟର ହୋଇଥିଲା ଏବଂ ମାନ୍ୟବର ହାଇକୋର୍ଟ ଏହା ଉପରେ ରହିତାଦେଶ ଜାରୀ କରିଥିଲେ । ୯୦ ଦଶକରେ ମଣ୍ଡଳ କମଶନ ଲାଗୁ ହେବା ସମୟରେ ବିଜେଡ଼ି ସାଂସଦ ସେତେବେଳେ ରାଜ୍ୟ କ୍ୟାବିନେଟ୍ ମନ୍ତ୍ରୀ ଥିଲେ । ସେହି ସମୟରେ ଓଡ଼ିଶା ଏକମାତ୍ର ରାଜ୍ୟ ଥିଲା ଯେ ମଣ୍ଡଳ କମିଶନ ଲାଗୁ ନ କରିବା ପାଇଁ ମାନ୍ୟବର ସୁପ୍ରିମକୋର୍ଟ ଆସିଥିଲା । ସେହି ସମୟରେ ଓବିସି ତାଲିକା ହେବାର ମଧ୍ୟ ନିଷ୍ପତି ହୋଇଥିଲା । ତେବେ ଆଜି ସେହି ଦଳର ପ୍ରତିନିଧି ଆଜି କହୁଛନ୍ତି ଆମେ ଓବିସି ଓ ଏସଇବିସି ବର୍ଗଙ୍କୁ ସଂରକ୍ଷଣ ଦେବା ପାଇଁ ପ୍ରସ୍ତୁତ । ମାତ୍ର କେନ୍ଦ୍ର ଆମର ହାତ ବାନ୍ଧିଥିବା କଥା କହୁଛନ୍ତି । ରାଜ୍ୟରେ ବହୁସଂଖ୍ୟକ ସମାଜ ଓବିସି ବର୍ଗ ତାଲିକା ନାହିଁ କହି ସଂରକ୍ଷଣ ୫୦ ପ୍ରତିଶତ ଉପରକୁ କିଭଳି ଦିଆଯିବ ପ୍ରଶ୍ନ କରୁଛନ୍ତି । କେନ୍ଦ୍ର କୋର୍ଟରେ ବଲ୍ ଫିଙ୍ଗି ଓଡିଶା ସରକାର କେନ୍ଦ୍ର ଉପରେ ଦୋଷ ଲଦିବା ଏବଂ ରାଜ୍ୟରେ ଓବିସି ତାଲିକା ନଥିବାରୁ ସଂରକ୍ଷଣ ଦେଇନପାରିବା ତଥ୍ୟ ଆଧାରିତ ନୁହେଁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ଦେଶରେ ଜାତି, ଜନଗଣନା ଏବଂ ରିଭୋନାରୀ ପ୍ରକ୍ରିୟା । ଅନେକ ରାଜ୍ୟ ଏହାକୁ ଆଧାର ମାନିଛନ୍ତି । ଅନେକ ରାଜ୍ୟ ୫୦ ପ୍ରତିଶତରୁ ଅଧିକ ସ୍ଥାନ ସଂରକ୍ଷଣ ଦେଉଥିଲେ । ବିହାର, ତାମିଲନାଡ଼ୁ, କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର, ତେଲେଙ୍ଗାନା, ମଧ୍ୟପ୍ରଦେଶ, ପଣ୍ଡିଚେରୀ ଭଳି ରାଜ୍ୟ ୫୦ ପ୍ରତିଶତ ସ୍ଥାନ ସଂରକ୍ଷଣକୁ ଦେଇସାରିଛନ୍ତି । ଓଡ଼ିଶାରେ ୫୨ ପ୍ରତିଶତ ପଛୁଆ ଜାତି ଥିବା ବେଳେ ତାଲିକା କହିଁକି ନାହିଁ ? ଇନ୍ଦ୍ରା ସ୍ୱହନୀ ଓ ଭାରତ ସରକାରଙ୍କ କେସ୍ ମାମଲାରେ ସୁପ୍ରିମକୋର୍ଟ ବିଶେଷ ପରିସ୍ଥିତିରେ ସ୍ଥାନ ସଂରକ୍ଷଣ ନିଦ୍ଦିଷ୍ଟ ସୀମା ଠାରୁ ଅଧିକ ହୋଇପାରିବ ବୋଲି ରାୟ ପ୍ରକାଶ କରିଥିଲେ । ଓଡ଼ିଶା ଏକମାତ୍ର ରାଜ୍ୟ ଯେ ଷ୍ଟେଟ୍ ଲିଷ୍ଟ୍ ଆଧାରରେ ପଛୁଆ ଜାତିଙ୍କୁ ସଂରକ୍ଷଣ ଦେଇନାହିଁ । ତେବେ କେନ୍ଦ୍ର ଉପରେ ରାଜ୍ୟ ସରକାର ଯେଉଁ ସଂରକ୍ଷଣ ପ୍ରସଙ୍ଗରେ ଦୋଷ ଲଦୁଛନ୍ତି ତାହା ତଥ୍ୟ ଆଧାରରେ ଅମୂଳକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯଦି କିଛି ନିର୍ଣ୍ଣୟ କରନ୍ତି ସମସ୍ତଙ୍କ ସମାନ ଅଧିକାରକୁ ଦେଇ ନିର୍ଣ୍ଣୟ ନିଅନ୍ତି । ସବକା ସାଥ୍‌, ସବକା ବିକାଶ, ସବକା ବିଶ୍ୱାସ ଆମ ସରକାରଙ୍କ ନୀତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଟା ଲାପ୍ସ ନକରିବା ନେଇ ବଡ ପଦକ୍ଷେପ ନେଇଥିଲେ । ମୋଦି ସରକାରଙ୍କ ନିଷ୍ପତି କ୍ରମେ ୨୦୧୪ରୁ ୧୧,୨୬୨ ଏଲପିଜି ଡ଼ିଷ୍ଟ୍ରିବୁଟର ଦିଆଯାଇଛି । ତନ୍ମଧ୍ୟରୁ ଏସସି ଏସଟିଙ୍କୁ ନିଜର ଅଧିକାର ଦିଆଯିବା ସହ ୨୮୫୨ ଜଣ ଓବିସି ଯୁବକଙ୍କୁ ରୋଜଗାର ପାଇଁ ଏଲପିଜି ଡ଼ିଷ୍ଟ୍ରିବୁଟର ଦିଆଯାଇଛି । ୭,୮୮୮ ଓବିସି ବର୍ଗଙ୍କୁ ପେଟ୍ରୋଲ ପମ୍ପଙ୍କୁ ଦିଆଯାଇଛି । ନରେନ୍ଦ୍ର ମୋଦି ଯାହା କୁହନ୍ତି ତାହା କରନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ