ଷ୍ଟେଟ ବ୍ୟାଙ୍କର ପଞ୍ଚଷଠିତମ ଜନ୍ମ ବାର୍ଷିକରେ ରକ୍ତ ଦାନ ଶିବିର
ରାଇରଙ୍ଗପୁର,(ଅକ୍ଷୟ ବିଶ୍ୱାଳ): ଷ୍ଟେଟ ବ୍ୟାଙ୍କର ପଞ୍ଚଷଠି ତମ ଜନ୍ମ ବାର୍ଷିକ ଉପଲକ୍ଷେ “ରାଇରଙ୍ଗପୁର ଷ୍ଟେଟ ବ୍ୟାଙ୍କ ଓ ଆମ ଓଡିଶା “ତରଫରୁ ବ୍ୟାଙ୍କ ମୁଖ୍ୟ ଶାଖା କାର୍ଯ୍ୟାଳୟ ପରିସରରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଶାଖା ମୁଖ୍ୟ ପ୍ରବନ୍ଧକ ଗୋବର୍ଦ୍ଧନ ଦାସ ଫିତା କାଟି ଶିବିରକୁ ଉଦଘାଟନ କରିଥିଲେ । ବ୍ଲଡ଼ ବ୍ୟାଙ୍କ ଅଫିସର ଡ଼ ପବିତ୍ର ପ୍ରତୁଶ ମିଶ୍ର ଙ୍କ ତତ୍ଵାବଧାନ ରେ ରକ୍ତଦାନ କାର୍ଯ୍ୟକ୍ରମ ପରିଚାଳନା ହୋଇଥିଲା । ଜିଲ୍ଲା ଜୁନିଅର ରେଡ କ୍ରସ୍ ଅଫିସର ସ୍ମୃତି ରଞ୍ଜନ ପାଣି ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ସମ୍ବାଦ ଜିଲ୍ଲା ପ୍ରତିନିଧି ତଥା ଆମ ଓଡ଼ିଶା ର ସଂଯୋଜକ ଅସୀମ ମହାପାତ୍ର ରକ୍ତଦାନ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ । ପ୍ରଥମେ ଡେପୁଟି ମ୍ୟାନେଜେର ଦେବୀ ପ୍ରସାଦ ରଥ ରକ୍ତ ଦାନ କରିଥିଲେ । ରକ୍ତ ଦାତା ସୌଭାଗ୍ୟ ଶେଖର ମହାନ୍ତି,ରାଜଶ୍ରୀ ମଣ୍ଡଳ, ବିବେକ ପ୍ରକାଶ ମଣ୍ଡଳ, ପ୍ରଦୀପ କୁମାର ବାରିକ, ଲିପି ମୁର୍ମୁ, ଭାସ୍କର ଟୁଡୁ, ସୀତାକାନ୍ତ ମହାନ୍ତ, ଜନ୍ମେଜୟ ମହାନ୍ତ, ତପନ କୁମାର ମହାନ୍ତ, ଦେବରାଜ କୁମାର ମୁଣ୍ଡା, ଶାନ୍ତନୁ କୁମାର ସାହୁ, ସବ୍ୟସାଚୀ ତରେଇ, ପ୍ରମୁଖ ରକ୍ତ ଦାନ କରିଥିଲେ । ରାଇରଙ୍ଗପୁର ସମ୍ବାଦ ସାହିତ୍ୟ ଘରର ସଭାପତି ଲଳିତ ମହାନ୍ତ, ବାଲେଶ୍ୱର ସଂସ୍କରଣ ପ୍ରସାର ବିରଞ୍ଜନ ଦାସ, ବ୍ୟାଙ୍କ ର କର୍ମଚାରୀ କମଳ କୁମାର ଓରାମ, ଦେବବ୍ରତ ପଟ୍ଟନାୟକ, ତାପସ କୁମାର ସ୍ୱାଇଁ,,ନମ୍ରତା ୟାଦବ, ସୁଦର୍ଶନ ହେମ୍ବ୍ରମ,ନୀଶିକାନ୍ତ ଗିରି, ବହଳଦା ପ୍ରତିନିଧି ଦିନେଶ ମହାନ୍ତ, ଗୋରୁମହିଷାଣି ପ୍ରତିନିଧି ତୁଷାରକାନ୍ତ ମହାନ୍ତ, ସାମ୍ବାଦିକ ମଳୟ ଦାସ ପ୍ରମୁଖ ଉପସ୍ଥିତ ଥିଲା ବେଳେ ଜଗନ୍ନାଥ ବେହେରା,କୁବେର ମହାକୁଡ଼, ଭୁଦୁ କାରୁଆ, ଚନ୍ଦ୍ର ମୋହନ ମହାକୁଡ଼ ସହଯୋଗ କରିଥିଲେ । ବ୍ଲଡ଼ ବ୍ୟାଙ୍କ ର କର୍ମଚାରୀ ଏ.ଲ.ଟି. ଜଳେନ୍ଦ୍ର ନାଥ ରଣା, ଦେବବ୍ରତ ଗିରି, ସୁମନ୍ତ ମହାନ୍ତ, ଜୟନ୍ତ ଗିରି, ଏସ.ଏସ.ଇ ରଜନୀ ବର ପୁରିଆ ରକ୍ତ ସଂଗ୍ରହ ରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ସୂଚନା ଯୋଗ୍ୟ ରାଇରଙ୍ଗପୁର ଷ୍ଟେଟ ବ୍ୟାଙ୍କ ତରଫରୁ ସହୀଦ ନୁଦୁ ରାମ ସୋରେନ ପରିବାରକୁ ତିରିଶ ଲକ୍ଷ ଟଙ୍କା ର ଆର୍ଥିକ ସହାୟତା ରାଶି ପ୍ରଦାନ କରିବା ସହିତ କରୋନା ମହାମାରୀ ଲକ ଡାଉନ ସମୟରେ ବ୍ୟାଙ୍କ କର୍ମଚାରୀ ରକ୍ତଦାନ କରିଥିବାରୁ ସହର ର ଜନ ସାଧାରଣ ବେଶ ପ୍ରଶଂସା କରିଛନ୍ତି ।


