ଷ୍ଟେଟ ବ୍ୟାଙ୍କର ବାର୍ଷିକ ଉତ୍ସବରେ ରକ୍ତଦାନ ଶିବିର ଅନୁଷ୍ଠିତ
ବାରିପଦା,(ମୁରାରୀ ମୋହନ ମହାପାତ୍ର): ବାରିପଦା କ୍ଲବ ପରିସରରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଆଞ୍ଚଳିକ ଅଫିସ, ବାରିପଦାର ବାର୍ଷିକ ଉତ୍ସବ ପାଳନ ଅବସରରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି. ମୁଖ୍ୟ ଅତିଥି ଭାବେ ବ୍ୟାଙ୍କର ଆଞ୍ଚଳିକ ମ୍ୟାନେଜର ସୁବାଶିଷ ମିଶ୍ର ଓ ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ଡଃ କିଶୋର କୁମାର ଆଚାର୍ଯ୍ୟ ଯୋଗ ଦେଇ ମିଳିତ ଭାବେ ଶିବିରକୁ ଉଦଘାଟନ କରିଥିଲେ. ଜିଲ୍ଲା ମେଡିକାଲ ଅଫିସର ଡଃ ବିଜୟ କୁମାର ଦାସ ଓ ରକ୍ତ ଭଣ୍ଡାର ଅଧିକରୀ ଡଃ ସୌମ୍ୟରଞ୍ଜନ ନାୟକଙ୍କ ତତ୍ୱାବଧାନରେ ରକ୍ତ ସଂଗ୍ରହ କରାଯାଇଥିବା ବେଳେ, ଶିବିରରେ ମୋଟ ୧୧୩ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା. ସେଥିରୁ ବାରିପଦା କ୍ୟାମ୍ପରେ ୫୭ ୟୁନିଟ ଓ ଉଦଳା, କପ୍ତିପଦା କ୍ୟାମ୍ପରେ ୫୬ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା. ଶିବାନୀ ନାୟକଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ଶିବିରକୁ ପରିଚାଳନା କରିବାରେ ବ୍ୟାଙ୍କର ଅବସରପ୍ରାପ୍ତ କର୍ମଚାରୀ ସଞ୍ଜୟ କୁମାର ପଟ୍ଟନାୟକ ଓ ସମସସେବୀ ଅମର କୁମାର ସେଠି, ଶିବାନୀ ନାୟକ, ଗ୍ଲୋରୀ ଟୁଡୁ, ସଞ୍ଜ ସୁଭଦ୍ରା ମୁର୍ମୁ, ସଞ୍ଜୟ ମହାନ୍ତି ଏବଂ କ୍ଲବ କର୍ମଚାରୀ ମାନେ ସହଯୋଗ କରିଥିଲେ. ରକ୍ତ ଭଣ୍ଡାରର ପୁଣ୍ଡରିକାକ୍ଷା ଦାସ, ରୁଚିକା ଖୁରାନା, ପାର୍ଥସାରଥି ମହାନ୍ତ, ଶକୁନ୍ତଳା ମହାନ୍ତ ଓ ସଂସିତା ମହାକୁଡ଼ ପ୍ରମୁଖ ରକ୍ତ ସଂଗ୍ରହ କରିଥିବା ବେଳେ, ସମସ୍ତ ରକ୍ତଦାତାଙ୍କୁ ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା.