ଷ୍ଟେଟ ବ୍ୟାଙ୍କ ମନମାନି ଭତ୍ତା ନପାଇ ଫେରୁଛନ୍ତି ଅସହାୟ ବୃଦ୍ଧ ବୃଦ୍ଧା

ଭଣ୍ଡାରିପୋଖରୀ, (ଦୁର୍ଯୋଧନ ଲେଙ୍କା):ସରକାରଙ୍କ ନୂତନ ନିୟମ ଅନୁଯାୟୀ ବିଭିନ୍ନ ବର୍ଗର ଭତ୍ତା ହିତାଧିକାରୀଙ୍କୁ ଏବେ ବ୍ୟାଙ୍କ ଜରିଆରେ ପ୍ରାପ୍ୟ ପ୍ରଦାନ କରାଯାଉଛି। ଏହାସତ୍ତ୍ୱେ ଯେଉଁ ହିତାଧିକାରୀଙ୍କ ପାସ ବହି ନାହିଁ କିମ୍ବା ବାର୍ଦ୍ଧକ୍ୟ ଜନିତ କାରଣରୁ ଯେଉଁ ମାନେ ବ୍ୟାଙ୍କ ଯାଇପାରିବେ ନାହିଁ ସେମାନଙ୍କୁ ପଂଚାୟତ କାର୍ଯ୍ୟାଳୟ ରେ ଭତ୍ତା ଟଙ୍କା ଦିଆଯିବ ବୋଲି ନିର୍ଦେଶ ରହିଛି। ଏହି ପରିପ୍ରେକ୍ଷୀରେ ଭଣ୍ଡାରିପୋଖରୀ ବ୍ଲକ ପ୍ରଶାସନ ପକ୍ଷରୁ ବ୍ୟାଙ୍କ ଖାତା ନଥିବା ହିତାଧିକାରୀ ଙ୍କୁ ଭତ୍ତା ଅର୍ଥ ପ୍ରଦାନ ପାଇଁ ଗତ ୧୫ତାରିଖ ଠାରୁ ସରସଦା ଷ୍ଟେଟ ବ୍ୟାଙ୍କ ଜରିଆରେ ଭଦ୍ରକ ମୁଖ୍ୟ ଷ୍ଟେଟ ବ୍ୟାଙ୍କ କାର୍ଯ୍ୟାଳୟକୁ ସ୍ୱୀକୃତି ପତ୍ର ପଠାଯାଇଛି। ନିୟମ ଅନୁସାରେ ବ୍ଲକ ଚିଠି ପାଇବା ପରେ ଭଦ୍ରକ ଶାଖା ୨୪ଘଣ୍ଟା ମଧ୍ୟରେ ରାଜ୍ୟ ସରକାର ଜମା କରିଥିବା ଭତ୍ତା ଟଙ୍କାକୁ ସିଧାସଳଖ ଆଣି ପଂଚାୟତ ବଣ୍ଟନ ଅଧିକାରୀ ଙ୍କୁ ପ୍ରଦାନ କରିବେ। ପରିତାପର ବିଷୟ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ହୋଇଥିଲେ ସୁଦ୍ଧା ବ୍ୟାଙ୍କ ଅଧିକାରୀ ଆଜିକାଲି କହି ସମୟ ଗଡ଼ାଇ ଭତ୍ତା ଟଙ୍କା ପ୍ରଦାନରେ ବିଳମ୍ବ କରୁଛନ୍ତି। ଫଳରେ ଦୈନନ୍ଦିନ ଅନେକ ହିତାଧିକାରୀ ପଞ୍ଚାୟତ କାର୍ଯ୍ୟାଳୟକୁ ଆସି ଭତ୍ତା ଟଙ୍କା ନପାଇ ନିରାଶ ହୋଇ ଫେରୁଛନ୍ତି। ସୂଚନା ଅନୁସାରେ ବ୍ୟାଙ୍କର ମନମାନି ଯୋଗୁ ଇନ୍ଦିରା ଗାନ୍ଧୀ ଭତ୍ତା ବାବଦୀୟ ଏବେ ୩ହଜାରରୁ ଅଧିକ ବୃଦ୍ଧ ବୃଦ୍ଧା ଅର୍ଥ ପାଇପାରୁନାହାନ୍ତି। ଏଥିପ୍ରତି ଭଦ୍ରକ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଦାବି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ