ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକଙ୍କୁ ପୁଣି କରୋନା

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଠାରେ ଥିବା ଭାରତୀୟ ଷ୍ଟେଟ୍‌ବ୍ୟାଙ୍କ ଶାଖା ପରିଚାଳକଙ୍କୁ କରୋନା ପଜିଟିଭ୍‌ ଜଣାପଡ଼ିବା ପରେ ୪୮ଘଣ୍ଟା ପାଇଁ ଶାଖାକୁ ବନ୍ଦ କରି ଦିଆଯାଇଛି। ଗତ କିଛିଦିନ ହେଲା ସେ ଜ୍ୱରରେ ପୀଡ଼ିତ ଥିବାରୁ ନିଜ ସ୍ବାବ୍‌ ଟେଷ୍ଟ କରାଇଥିଲେ। ରିପୋର୍ଟ ଜଣାପଡ଼ିବା ପରେ ଶୁକ୍ରବାର ମଧ୍ୟାହ୍ନରେ ଶାଖାକୁ ବନ୍ଦ କରିଦିଆଯିବା ସହ ସମସ୍ତ କର୍ମଚାରୀ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିବା ପାଇଁ ପରାମର୍ଶ ଦିଆଯାଇଛି। ବ୍ୟାଙ୍କ ପକ୍ଷରୁ ଏନେଇ ସ୍ଥାନୀୟ ତହସିଲଦାର ତଥା ଏକ୍‌ଜିକ୍ୟୁଟିଭ୍‌ ମାଜିଷ୍ଟ୍ରେଟ୍‌ ନୀତିଶ କୁମାର ତ୍ରିପାଠୀଙ୍କୁ ଅବଗତ କରାଯାଇଥିବା ବ୍ୟାଙ୍କ ପକ୍ଷରୁ କୁହାଯାଇଛି l ସୂଚନାଯୋଗ୍ୟ, ଜୁଲାଇ ୧୭ରେ ପ୍ରଥମେ ତତ୍‌କାଳୀନ ଶାଖା ପରିଚାଳକଙ୍କ କରୋନା ପଜିଟିଭ୍‌ ଜଣାପଡ଼ିବା ପରେ ଦୀର୍ଘଦିନ ଧରି ଶାଖା ବନ୍ଦ ରହିଥିଲା l ପୁଣି ଏବେକାର ଶାଖା ପରିଚାଳକଙ୍କ ପଜିଟିଭ୍‌ ଜଣାପଡ଼ିବା ପରେ ବ୍ୟାଙ୍କ କାରବାରରେ ବାଧା ସୃଷ୍ଟି ହେବା ସହ ଜନସାଧାରଣ ହଇରାଣ ହୋଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ