ଷ୍ଟେସନ୍ ପରିସରକୁ ଅଳିଆ କଲେ ଯାତ୍ରୀଙ୍କୁ ଗଣିବାକୁ ପଡିବ ମୋଟା ଅଙ୍କର ଟଙ୍କା

ଭୁବନେଶ୍ୱର- ଷ୍ଟେସନ୍ ପରିସରକୁ ଅଳିଆ କଲେ ଯାତ୍ରୀଙ୍କୁ ଗଣିବାକୁ ପଡିବ ମୋଟା ଅଙ୍କର ଟଙ୍କା । ଭୁବନେଶ୍ୱର ଭଳି ‘ଏ-୧’ ଷ୍ଟେସନଗୁଡିକରେ ପୂର୍ବରୁ ଅଳିଆ ପକାଇଲେ ଶହେ ଟଙ୍କା ଜରିମାନା ଦେବାକୁ ପଡୁଥିବା ବେଳେ ଏବେ ୨ଶହ ଟଙ୍କା ଦେବାକୁ ପଡିବ । ସେହିପରି ପୂର୍ବରୁ ଛିପ ପକାଇବା ପାଇଁ ଥିବା ୨ଶହ ଟଙ୍କା ଜରିମାନାକୁ ୩ଶହ ଟଙ୍କାକୁ ଏବଂ ପରିସ୍ରା ବାବଦରେ ଜରିମାନା ୩ଶହରୁ ୪ଶହ ଟଙ୍କାକୁ ବୃଦ୍ଧି କରାଯାଇଛି । ଅପରପକ୍ଷେ ଷ୍ଟେସନ୍ ପରିସର କିମ୍ବା ଟ୍ରେନ୍ରେ ରୋଷେଇ କରିବା ବେଳେ ଧରା ପଡ଼ିଲେ କିମ୍ବା ଖୋଲାରେ ମଳତ୍ୟାଗ କଲେ ୫ଶହ ଟଙ୍କା ଜରିମାନା ଦେବାକୁ ପଡିବ । ତେବେ ଏହି ବର୍ଦ୍ଧିତ ଜରିମାନା ଆସନ୍ତା ୧୦ରୁ ଲାଗୁ ହେବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି । ଏକ ପ୍ରେସ୍ ବିଜ୍ଞପ୍ତିରେ ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି ଯେ, ରେଳ ପରିସରରେ ସ୍ୱଚ୍ଛ ଭାରତ ମିଶନ୍କୁ ସୁନିଶ୍ଚିତ କରିବା ସହ ଅଳିଆ କରୁଥିବା ଲୋକଙ୍କ ବିରୋଧରେ କଡ଼ାକଡ଼ି କାର‌୍ୟ୍ୟାନୁଷ୍ଠାନ ନିଆଯିବ । ମ୍ୟୁନସିପାଲ ସଲିଡ୍ ୱେଷ୍ଟ୍ ମ୍ୟାନେଜମେଣ୍ଟ ନିୟମ-୨୦୧୬ ଆଧାରରେ ପ୍ରଦୂଷଣ ସୃଷ୍ଟି କରୁଥିବା ଲୋକଙ୍କଠାରୁ ଜରିମାନା ଆଦାୟ କରିବା ନିୟମ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ