ଷ୍ଟେସନ୍ ରୋଡ ବ୍ୟବସାୟିକ ସଂଘର ନୂତନ କର୍ମକର୍ତ୍ତା ଚୟନ, ପଞ୍ଚସୁତୀ ନିୟମ ମାନିବାକୁ ପରାମର୍ଶ

ଛତ୍ରପୁର (ଦବଦତ୍ତ ମହାରଣା): ସ୍ଥାନୀୟ ଷ୍ଟେସନ୍ ରୋଡ ସ୍ଥିତ ଶ୍ରୀରାମ ମନ୍ଦିର ପ୍ରାଙ୍ଗଣରେ ରବିବାର ମଧ୍ୟାହ୍ନରେ ଷ୍ଟେସନ୍ ରୋଡ ର ବ୍ୟବସାୟିକ ସଂଘର ଏକ ଜରୁରୀକାଳୀନ ବୈଠକ କ୍ରାନ୍ତି ଯୁବ ଛାତ୍ର ସଂଘର ସଭାପତି ଇଜୁଆମିନ ଖାନ୍‌ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଛତ୍ରପୁର ଉଠାଦୋକାନୀ ସଂଘର ସଭାପତି ତଥା ପୂର୍ବତନ ବିଧାୟକ ଏନ.ନାରାୟଣ ରେଡି ଏବଂ ଓମ୍ ଶ୍ରୀ ସିଦ୍ଧି ବିନାୟକ ଅଟୋ ଆସୋସିସେନ୍ ର ସମ୍ପାଦକ ଏସ. ସିମାଞ୍ଚଳ ରେଡ୍ଡି ଯୋଗ ଦେଇ ସଂଘର ସମସ୍ତ ଦୋକାନୀ ମାନେ ଏକଜୁଟ ହୋଇ ସମାଜର ବିକାଶ ଦିଗରେ ବିଭିନ୍ନ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଏହାସହ କରୋନା ଦାଉରୁ କିପରୀ ସୁରକ୍ଷିତ ରହିବେ ସେଥି ନିମନ୍ତେ ପ୍ରଶାସନର ପଂଚସୁତୀ ନିୟମ ମାନିବାକୁ ମଧ୍ୟ ଉଭୟ କହିଥିଲେ । ଏହି ଅବସରରେ ସର୍ବ ସମ୍ମତ୍ତିକ୍ରମେ ଷ୍ଟେସନ୍ ରୋଡ ର ବ୍ୟବସାୟିକ ସଂଘର ସଭାପତି ଭାବେ ଇଜୁ ଆମିନ୍ ଖାନ୍‌, ଉପସଭାପତି ଭାବେ ଗୋପାଳ କ୍ରିଷ୍ଣା ସାମନ୍ତରାୟ ଓ ପି. ଜଗନ୍ନାଥ,ସମ୍ପାଦକ ଭାବେ ରଘୁନାଥ ବେହେରା, କୋଷାଧ୍ୟକ୍ଷ ଭାବେ ଭଗବାନ ବେହେରା, ସହ -କୋଷାଧ୍ୟକ୍ଷ ଭାବେ ରାଘବ ଚନ୍ଦ୍ର ବେହେରାଙ୍କୁ ଚୟନ କରାଯାଇଥିଲା । ସଂଘର ପରିଚାଳନା ନିମନ୍ତେ ଏକ ପଞ୍ଚାଜଣିଆ କମିଟି ମଧ୍ୟ ଚୟନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ